uncategories
Delhi Law Minister Kapil Mishra’s: ଦିଲ୍ଲୀ ଆଇନ ମନ୍ତ୍ରୀ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ନିକଟରେ ଗୁଳିକାଣ୍ଡ: ଜଣେ ମୃତ, ୨୦ ରାଉଣ୍ଡ ଗୁଳିଚାଳନା
ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଖଜୁରି ଖାସ୍ ଅଞ୍ଚଳରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁଳିକାଣ୍ଡ ଦିଲ୍ଲୀ ଆଇନମନ୍ତ୍ରୀ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ନିକଟରେ ହୋଇଛି।

ନୂଆଦିଲ୍ଲୀ: ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଖଜୁରି ଖାସ୍ ଅଞ୍ଚଳରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁଳିକାଣ୍ଡ ଦିଲ୍ଲୀ ଆଇନମନ୍ତ୍ରୀ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ନିକଟରେ ହୋଇଛି। ଏଠାରେ ବିଜେପିର ଏକ କାର୍ଯ୍ୟାଳୟ ମଧ୍ୟ ଅଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମୋଟରସାଇକଲ୍ରେ ଦୁଇଜଣ ଆତତାୟୀ ଆସି ସମୀର ନାମକ ଜଣେ ବ୍ୟକ୍ତି ଉପରକୁ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଆହତ ସମୀରକୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସମୀର ଛିଡ଼ା ହୋଇଥିବା ସମୟରେ ଆକ୍ରମଣକାରୀମାନେ ଗୁଳି ଚଳାଇ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ।
ସୌଜନ୍ୟ ସମ୍ବାଦ




