ଖେଳ

No Plans For Tariq: ତାରିକ୍‌ଙ୍କ ପାଇଁ କିଛି ଯୋଜନା ନାହିଁ: ଈଶାନ

ପାକିସ୍ତାନ ବିପକ୍ଷ ରବିବାର ମୁକାବିଲା ପୂର୍ବରୁ ନାମ୍ବିବ୍ୟା ବିପକ୍ଷରେ ଭାରତ ୯୩ ରନ୍‌ର ବଡ଼ ବିଜୟ ପାଇଥିଲା। ହେଲେ ଆୟୋଜକ ଭାରତ ଶେଷ ୨ ଓଭର ମଧ୍ୟରେ ମାତ୍ର ୫ ରନ୍‌ରେ ୫ ୱିକେଟ୍‌ ହରାଇଥିଲା।

ନୂଆଦିଲ୍ଲୀପାକିସ୍ତାନ ବିପକ୍ଷ ରବିବାର ମୁକାବିଲା ପୂର୍ବରୁ ନାମ୍ବିବ୍ୟା ବିପକ୍ଷରେ ଭାରତ ୯୩ ରନ୍‌ର ବଡ଼ ବିଜୟ ପାଇଥିଲା। ହେଲେ ଆୟୋଜକ ଭାରତ ଶେଷ ୨ ଓଭର ମଧ୍ୟରେ ମାତ୍ର ୫ ରନ୍‌ରେ ୫ ୱିକେଟ୍‌ ହରାଇଥିଲା। ଏପରିକି ନାମିବ୍ୟାର ଅନାମଧନ୍ୟ ସ୍ପିନର୍‌ ଗେରାଲ୍‌ଡ ଏରାସ୍‌ମୁସ ୪/୨୦ ବୋଲିଂ ସଫଳତା ପାଇଥିଲେ। ଫଳରେ ପାକି୍ସ୍ତାନର ରହସ୍ୟମୟ ସ୍ପିନର୍‌ ଉସ୍‌ମାନ୍‌ ତାରିକ୍‌ଙ୍କୁ ଭାରତୀୟ ବ୍ୟାଟର୍‌ କିପରି ମୁକାବିଲା କରିବେ ତାହା ଉପରେ ଏବେ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି।

ଭାରତ ଶିବିରରେ ତାରିକ୍‌ଙ୍କୁ ନେଇ କୌଣସି ଚିନ୍ତା ଥିବା ଜଣାପଡ଼ୁନି

ହେଲେ ଏହି ଚର୍ଚ୍ଚା ଉପରେ ଭାରତର ତାରକା ବ୍ୟାଟର୍‌ ଈଶାନ କିଶନ ସାଧାରଣ କହି ଏଡାଇ ଦେଇଛନ୍ତି। ଭାରତ ଶିବିରରେ ତାରିକ୍‌ଙ୍କୁ ନେଇ କୌଣସି ଚିନ୍ତା ଥିବା ଜଣାପଡ଼ୁନି। ମୁଁ ଭାବୁଛି ସବୁପ୍ରକାର ମୁକାବିଲାକୁ ସାମ୍ନା କରିବାକୁ ପ୍ରସ୍ତୁତ। ଆମେ ଆମର ପ୍ରାକୃତିକ ଖେଳ ଖେଳୁବୁ। ବ୍ୟାଟର୍‌ ଭାବେ ଆମେ ବଲ୍‌କୁ ମାରିବୁ। ଟ୍ବେଣ୍ଟି-୨୦ ଖେଳରେ ଭଲ ସ୍କୋର୍‌ କରିବାକୁ ପଡ଼ିବ। ଏଥିପାଇଁ ଆମକୁ ଆମର ଶକ୍ତି ଉପରେ ବିଶ୍ବାସ ରଖିବାକୁ ପଡ଼ିବ। ଏଭଳି ବୋଲର ପାଇଁ ଆମର କିଛି ସ୍ବତନ୍ତ୍ର ପ୍ରସ୍ତୁତି ନାହିଁ। ଏହି ସ୍ତରରେ କେବଳ ଭିଡିଓ ଦେଖୁ ଏବଂ କିପରି ବୋଲିଂର ସାମ୍ନା କରିବୁ ତାହାର ଧାରଣା ନେଉ। ଆମେ ଏହାକୁ ସରଳରେ ରଖିଛୁ ବୋଲି ଈଶାନ କହିଛନ୍ତି। ନାମ୍ବିବ୍ୟା ବିପକ୍ଷରେ ଈଶାନ ୬ ଚୌକା ଓ ୫ ଛକା ସହାୟତାରେ ୨୪ ବଲ୍‌ରୁ ୬୧ ରନ୍‌ର ବିସ୍ଫୋରକ ପାଳି ଖେଳିଥି‌ଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button