Breaking News

ରେଢ଼ାଖୋଲ-ବୌଦ୍ଧ ରାସ୍ତାରେ ବ୍ରିଜ୍ ଉପରେ ଝୁଲିରହିଛି ବାଲି ବୋଝେଇ ହାଇୱା, ଚାପି ହୋଇ ଫସିଛନ୍ତି ଚାଳକ

ରେଢ଼ାଖୋଲ-ବୌଦ୍ଧ ରାସ୍ତାରେ ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ବାଲି ବୋଝେଇ ହାଇୱା । ଟ୍ରକଟି ବ୍ରିଜର ପୂରା ତଳକୁ ନଖସି ଝୁଲି ରହିଛି । ଟ୍ରକ୍ ଭିତରେ ଚାଳକ ଚାପି ହୋଇ ରହିଛନ୍ତି।

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ବଡ଼ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ବାଲି ବୋଝେଇ ହାଇୱା । ଟ୍ରକଟି ବ୍ରିଜର ପୂରା ତଳକୁ ନଖସି ଝୁଲି ରହିଛି । ଟ୍ରକ୍ ଭିତରେ ଚାଳକ ଚାପି ହୋଇ ରହିଛନ୍ତି। ଚାଳକଙ୍କୁ ଉଦ୍ଧାର କରିବା ପାଇଁ କଟର ମେସିନ୍ ସାହାଯ୍ୟରେ କାଟି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ଘଟଣାସ୍ଥଳରେ ରେଢ଼ାଖୋଲ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରେଢ଼ାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଗାଁ ନିକଟରେ ଥିବା ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି।

ସକାଳ ପ୍ରାୟ ୫ଟାରେ ଏହି ହାଇୱାଟି ରେଢ଼ାଖୋଲ ମହାନଦୀରୁ ବାଲି ନେଇ ଆସୁଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସବୁଠୁ ବଡ଼ କଥା ହେଉଛି ହାଇୱାଟି ବ୍ରିଜ୍ ବାଡ଼ ଭାଙ୍ଗି ତଳକୁ ନଖସି ଅଧାରେ ଝୁଲି ରହିଛି। ଟ୍ରକ୍ ଭିତରେ ଗାଡ଼ି ଚାଳକ ଫସି ରହିଛନ୍ତି । ତେବେ ଗାଡ଼ି ଭିତରେ ଫସିଥିବା ଚାଳକ ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇପାରିନି ।
ମିଳିଥିବା ସୂଚନା ଆଧାରରେ, ସକାଳ ପ୍ରାୟ ୫ଟାରେ ଏହି ହାଇୱାଟି ମହାନଦୀରୁ ବାଲି ନେଇ ଆସୁଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସବୁଠୁ ବଡ଼ କଥା ହେଉଛି ହାଇୱାଟି ବ୍ରିଜ୍ ବାଡ଼ ଭାଙ୍ଗି ତଳକୁ ନଖସି ଅଧାରେ ଝୁଲି ରହିଛି। ଟ୍ରକ୍ ଭିତରେ ଗାଡ଼ି ଚାଳକ ଫସି ରହିଛନ୍ତି । ତେବେ ଗାଡ଼ି ଭିତରେ ଫସିଥିବା ଚାଳକ ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇପାରିନି ।

 

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.