ନୂଆଦିଲ୍ଲୀ: ଜେଏସ୍ଡବ୍ଲୁ ଏମ୍ଜି ମୋଟର ଇଣ୍ଡିଆ ୨୦୨୬ ମସିହାରେ ୪ଟି ନୂଆ ଏସ୍ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେଇକିଲ୍) ଆଣିବ। ସେଥିରେ ଗୋଟିଏ ପ୍ଲଗ୍-ଇନ୍ ହାଇବ୍ରିଡ୍ ଏସ୍ୟୁଭି ରହିବ। ୪ଟି ମଧ୍ୟରୁ ପ୍ରଥମେ କମ୍ପାନି ଏହାର ବହୁ ପ୍ରତୀକ୍ଷିତ ପ୍ରିମିୟମ ଏସ୍ୟୁଭି ମାଜେଷ୍ଟର୍ ଆଣିବ। ଆସନ୍ତା ଏପ୍ରିଲରୁ ମେ ମାସ ମଧ୍ୟରେ ଏହା ବଜାରକୁ ଆସିବା ଯୋଜନା ରହିଛି। ଏହି ଗାଡ଼ି ଟୟୋଟା ଫର୍ଚ୍ୟୁନର୍ ଭଳି ମଡେଲ ସହିତ ପ୍ରତିଯୋଗିତା କରିବ ବୋଲି ଅନୁମାନ କରାଯାଉଛି।

