ଖେଳ

Sports: ରାଜ୍ୟ କବାଡ଼ି: କଟକ ପୁରୁଷ, କିଟ୍ ମହିଳା ବିଜେତା

କଟକ: ଜବାହରଲାଲ ନେହରୁ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଡକ୍ଟର ଶରତ କୁମାର ସାହୁ ସ୍ମାରକୀ ରାଜ୍ୟ କବାଡ଼ି ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ କଟକ ୩୭-୧୨ ପଏଣ୍ଟ୍‌ରେ ଢେଙ୍କାନାଳକୁ ଏବଂ ମହିଳାରେ କିଟ୍‌ ୪୮-୧୦ରେ ଖୋର୍ଦ୍ଧାକୁ ହରାଇ ଟ୍ରଫି ଜିତିଛି। ପୁରୁଷରେ କରୁଣାକର ବେହେରା ଓ ମହିଳାରେ ସାକିନା ଦାଶ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଗୌତମ ସାହୁ ଓ ବିଶ୍ୱଜିତ ଜେନା ଶ୍ରେଷ୍ଠ ରେଡ୍‌ର ଭାବେ ପୁରସ୍କୃତ ହୋଇଛନ୍ତି।

ରାଜ୍ୟ କବାଡି ସଂଘ ସମ୍ପାଦକ ଅଜୟ ବେହେରାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ସଂଘର ଉପାଧ୍ୟକ୍ଷ ପାର୍ଥବୀର ଭୂୟାଁ, ଅତିରିକ୍ତ ଜିଲ୍ଲାପାଳ କମଳଜିତ ଦାସ, ସିଏମ୍‌ସି କମିସନର କିରଣଦୀପ କୌର ସହୋତା, ଭାରତୀୟ କବାଡ଼ି ମହାସଂଘ ଯୁଗ୍ମସମ୍ପାଦିକା ଜୟଶ୍ରୀ ସ୍ୱାଇଁ, ରାଜ୍ୟ କବାଡି ସଂଘ ଯୁଗ୍ମସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ରବି ନାରାୟଣ ମହାପାତ୍ର, ପ୍ରିଲ୍ୟୁଡ୍‌ ମୁଖ୍ୟ ସତ୍ୟବ୍ରତ ରଥ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଏହି ତିନିଦିନିଆ ପ୍ରତିଯୋଗିତାରେ ୩୬ ପୁରୁଷ ଓ ୩୨ ମହିଳା ଦଳ ଅଂଶଗ୍ରହଣ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button