ଓଡିଶାଜିଲ୍ଲା

Illegal Bricks; ଇଟାଭାଟି ଭାଙ୍ଗିବାକୁ ଯାଇଥିଲେ ତହସିଲଦାର; ଅଟକ ରଖିଲେ ଉତ୍ତେଜିତ ଲୋକେ

ବେଆଇନ ଇଟାଭାଟି ଭାଙ୍ଗିବାକୁ ଯାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲଦାରଙ୍କୁ ହଟହଟା ହେବାକୁ ପଡ଼ିଛି। ଫଳରେ ଇଟାଭାଟି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଉତ୍ୟକ୍ତ ଇଟାଭାଟି ମାଲିକ ଓ କର୍ମଚାରୀ ତହସିଲଦାରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ...

ଚାନ୍ଦବାଲି: ବେଆଇନ ଇଟାଭାଟି ଭାଙ୍ଗିବାକୁ ଯାଇ ଭଦ୍ରକଜିଲ୍ଲା ଚାନ୍ଦବାଲି ତହସିଲଦାରଙ୍କୁ ହଟହଟା ହେବାକୁ ପଡ଼ିଛି। ଫଳରେ ଇଟାଭାଟି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଉତ୍ୟକ୍ତ ଇଟାଭାଟି ମାଲିକ ଓ କର୍ମଚାରୀ ତହସିଲଦାରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିବା ବେଳେ ଜେସିବି ଏବଂ ଫାୟାର ଗାଡ଼ିକୁ ଅଟକ ରଖିଥିବା ବେଳେ ଫାୟାର କର୍ମଚାରୀ ଓ ପୁଲିସ କର୍ମଚାରୀ ଅଟକ ରହିଥିଲେ।  ଉତ୍ୟକ୍ତ ଲୋକଙ୍କ ସାମ୍ନାରେ ପ୍ରଶାସନ ନିରବ ରହିଥିଲା। ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ନାଲଗୁଣ୍ଡା ପଞ୍ଚାୟତରେ ଲୋକେ ଭଦ୍ରକ ଚାନ୍ଦବାଲି ରାସ୍ତାକଡ଼ରେ ଇଟାଭାଟି କରି  ବିକ୍ରି କରିଥାନ୍ତି। ମାତ୍ର ଆଜି ହଠାତ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ନାଲଗୁଣ୍ଡାରେ ଫାୟାର ଗାଡ଼ି ଓ ନିଆଁ ଲିଭାଦଳ ଏବଂ ହାତ ଗଣତି ଦୁଇ ତିନି ଜଣ ପୁଲିସ ଉତ୍ୟକ୍ତ ଲୋକଙ୍କ ସାମ୍ନାରେ ଚୁପ ହୋଇଯାଇଥିଲେ। ଦୀର୍ଘ ସମୟ ଉତ୍ତେଜନା ଲାଗିରହିଥିଲା। ଭଦ୍ରକ ଚାନ୍ଦବାଲି ମୂଖ୍ୟ ରାସ୍ତା ଅବରୋଧ କରି ଟାୟାର ଜାଳି ଥିବା ବେଳେ ପଥଚାରି ଏ ସମ୍ପର୍କରେ ତହସିଲଦାର ଙ୍କୁ ଅଭିଯୋଗ କରିବା ପରେ ତହସିଲଦାର ରାସ୍ତା ରୋକ କରିବାକୁ ବରଣ କରିବାରୁ ରାସ୍ତା ଅବରୋଧ ହଟିଥିଲା ଫଳରେ ଗାଡ଼ି ଚଳାଚଳ ସମ୍ଭବ ହୋଇଥିଲା।

ଇଟାଭାଟିରେ କାର୍ଯ୍ୟରତ ଶ୍ରମିକ କହିବା ମୁତାବକ ଇଟା ଗଢ଼ି ସାରିବା ପରେ ଭାଟିରେ ନିଆଁ ଲଗାଇବା ପରେ ଇଟା ଶ୍ରମିକ ମଜୁରୀ ପାଇଥାନ୍ତି ମାତ୍ର ପ୍ରଶାସନ ବିନା ସୂଚନାରେ ଭାଙ୍ଗି ଦେଇଥିବାରୁ ଶ୍ରମିକମାନଙ୍କ ଦୀର୍ଘ ଦିନର ମଜୁରୀ ପାଇବାରୁ ବଞ୍ଚିତ ରହିବେ ବୋଲି ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଚାନ୍ଦବାଲି ତହସିଲଦାର କହିଛନ୍ତି ବେଆଇନ ଇଟାଭାଟି ମାଲିକ ମାନଙ୍କୁ ପୂର୍ବରୁ ଏ ସମ୍ପର୍କରେ ନୋଟିସ୍‌ କରାଯାଇଥିବା ବେଳେ ଆଜି ତାହାକୁ ଭଙ୍ଗା କରାଯାଇଛି ଏବଂ ଏ ସମ୍ପର୍କରେ ପୁନଃ ୧୦ ଦିନ ସମୟ ଦିଆଯାଇଛି ସେମାନେ ପ୍ରଶାସନ କଥା ନ ମାନିଲେ ଆଗାମୀ ଦିନରେ ସମସ୍ତ ଇଟା ଭାଟି ଭଂଗାଯିବ। ଏ ନେଇ ୧୧ ଗୋଟି ମାମଲା ରୁଜୁ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button