
ନୂଆଦିଲ୍ଲୀ: ପୁଲିସ ଅଧିକାରୀଙ୍କ ଘରୁ ଚୋରି। ପୋଛିନେଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ବୁର୍ଲା ସହର ଇନ୍ଦିରା ନଗରରେ ଥିବା ପୁଲିସ କ୍ୱାର୍ଟର୍ସରୁ ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗରେ ଚୋରଦଳ ଘରେ ପଶି ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗତ ୨୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।
ବୁର୍ଲା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସାଇଣ୍ଟିଫିକ ଦଳ ଆସି ନମୁନା ସଂଗ୍ରହ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଏଏସ୍ଆଇ ସଙ୍ଗୀତା ପଣ୍ଡା ପୂର୍ବରୁ ବୁର୍ଲା ଥାନାରେ କନେଷ୍ଟବଳ ଥିଲେ।
ଝିଅର ପାଠପଢ଼ା ପାଇଁ ସ୍ଵାମୀ ଓ ଝିଅ ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି । ତାଙ୍କ ସ୍ବାମୀ କୌଣସି କାମ ଯୋଗୁଁ ଦୁଇ ଦିନ ଅନୁପସ୍ଥିତ ଥିଲେ। ଘରକୁ ଫେରିବା ପରେ ମୁଖ୍ୟଦ୍ବାରର ତାଲା ଭଙ୍ଗାଥିବା ସହ ଘରେ ଥିବା ତିନିଟି ଆଲମାରି ଭାଙ୍ଗି ସୁନା ଅଳଙ୍କାର ଚୋରି ହୋଇଥିବା ଜାଣିପାରିଥିଲେ।
ସୌଜନ୍ୟ Prameya News7




