ଅପରାଧ

Dead: ମହିଳା ୧.୪ କୋଟି ଠକିଦେବାପରେ ଜୀବନ ହାରିଦେଲେ ପାଣୀ ଚିକିତ୍ସକ

ଉତ୍ତରପ୍ରଦେଶ ଗୋରଖପୁରର ଜଣେ ୫୨ ବର୍ଷୀୟ ପ୍ରାଣୀ ଚିକିତ୍ସକ ଠକାମୀର ଶିକାର ହେବାପରେ ଜୀବନ ହାରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତର ପରମାତ୍ମା ସିଂହ ବୋଲି ଚିହ୍ନଟ କରାଯାଇଛି। ସେ ମହାରାଜଗଞ୍ଜର ଜଣେ ଭେଟେରିନାରି ଅଫିସର୍‌।

ଗୋରଖପୁର: ଉତ୍ତରପ୍ରଦେଶ ଗୋରଖପୁରର ଜଣେ ୫୨ ବର୍ଷୀୟ ପ୍ରାଣୀ ଚିକିତ୍ସକ ଠକାମୀର ଶିକାର ହେବାପରେ ଜୀବନ ହାରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତର ପରମାତ୍ମା ସିଂହ ବୋଲି ଚିହ୍ନଟ କରାଯାଇଛି। ସେ ମହାରାଜଗଞ୍ଜର ଜଣେ ଭେଟେରିନାରି ଅଫିସର୍‌। ୮ ମହଲା ବିଶିଷ୍ଟ ଏକ କୋଠାରୁ ଡେଇଁପଡ଼ି ସେ ଆତ୍ମହତ୍ୟା କରିଛନ୍ତି।

ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି ଏବଂ ଏଥିରେ ‌ସେ ଗାରିମା ସିଂହ ନାମକ ଜଣେ ମହିଳାଙ୍କ ନାଁ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଉକ୍ତ ମହିଳାଙ୍କ ବିରୋଧରେ ମଧ୍ୟ ସେ ଏକ ଠକେଇ ଅଭିଯୋଗ କରିଥିଲେ। ମହିଳା ଜଣଙ୍କ ଉକ୍ତ ପ୍ରାଣୀ ଚିକିତ୍ସକଙ୍କ ଘର ଋଣ ଛାଡ଼ କରିବା ଆଳରେ ତାଙ୍କଠାରୁ ୧.୪ କୋଟି ଠକି ନେଇଥିଲେ। ସେ ମଧ୍ୟ ସୁଇସାଇଡ ନୋଟ୍‌ରେ ମହିଳାଙ୍କ ବାପା ଧ୍ରୁବ ନାରାୟଣ ସିଂହ ଯିଏ କି ଜଣେ ରେଳ ଷ୍ଟେସନ୍‌ ସୁପରିନଟେଣ୍ଡେଣ୍ଟ୍‌ ତାଙ୍କ ନାଁ‌ ଲେଖିଛନ୍ତି।

ଆଜି ସକା‌ଳେ ପରମାର୍ଥ ସିଂହ ରାଜେନ୍ଦ୍ର ନଗର ସ୍ଥିତ ବସନ୍ତ ଏନକ୍ଲେଭ୍‌ରେ ତାଙ୍କ ବାସଭବନରେ ସକାଳ ଜଳଖିଆ ଶେଷ କରିବା ପରେ ସେ ବାଲ୍‌କୋନି ଯାଇଥିଲେ। ସେଠାରେ ସେ ପ୍ରାୟ ୧୫ ମିନିଟ୍‌ ଏପଟ ସେପଟ ‌ହେବାପରେ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କ ପତ୍ନୀ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କରିବା ସହ ପ୍ରମାଣ ସଂଗ୍ରହ କରୁଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button