ବିଶେଷ

Astronomers: ବ୍ରହ୍ମାଣ୍ଡର କଙ୍କାଳ ଖୋଜୁଛନ୍ତି ଜ୍ୟୋତିର୍ବିଜ୍ଞାନୀ

ବିଶାଳ ଏ ବ୍ରହ୍ମାଣ୍ଡ। ଅସ୍ପଷ୍ଟ ତା’ର ରୂପରେଖ। ଅତି ଜଟିଳ ମହାଜାଗତିକ ବୁଢ଼ିଆଣୀ ଜାଲରେ ଛନ୍ଦିହେଲା ଭଳି ଅଦୃଶ୍ୟ ପଦାର୍ଥରେ ନିର୍ମିତ ତନ୍ତୁରେ ଗୁନ୍ଥି ହୋଇରହିଛି ଅସୁମାରି ଛାୟାପଥ। ଆମେ ଯାହା ସବୁ ଦେଖୁଛନ୍ତି ତା’ର ମୌଳିକ ଢାଞ୍ଚା....

ବିଶାଳ ଏ ବ୍ରହ୍ମାଣ୍ଡ। ଅସ୍ପଷ୍ଟ ତା’ର ରୂପରେଖ। ଅତି ଜଟିଳ ମହାଜାଗତିକ ବୁଢ଼ିଆଣୀ ଜାଲରେ ଛନ୍ଦିହେଲା ଭଳି ଅଦୃଶ୍ୟ ପଦାର୍ଥରେ ନିର୍ମିତ ତନ୍ତୁରେ ଗୁନ୍ଥି ହୋଇରହିଛି ଅସୁମାରି ଛାୟାପଥ। ଆମେ ଯାହା ସବୁ ଦେଖୁଛନ୍ତି ତା’ର ମୌଳିକ ଢାଞ୍ଚା ବା କଙ୍କାଳ ହେଉଛି ଏ ମହାଜାଗତିକ ବୁଢ଼ିଆଣୀ ଜାଲ। ତାହାରି ଯୋଗୁଁ ଆମେ ନିରୂପଣ କରିପାରୁଛନ୍ତି କେଉଁଠି ଛାୟାପଥ ଜନ୍ମ ନେଉଛି ଓ କ୍ରମବିବର୍ତ୍ତିତ ହେଉଛି। ଏ ମହାଜାଗତିକ ସ୍ଥାପତ୍ୟର ବହୁଳାଂଶ ରହସ୍ୟମୟ ହୋଇ ରହିଛି। ଗୁପ୍ତ ହୋଇ ରହିଛି ଏହାର ସୂକ୍ଷ୍ମାତିସୂକ୍ଷ୍ମ ମାର୍ଗସମୂହ। ଏ ତନ୍ତୁସମୂହ ଉନ୍ମୁକ୍ତ କରିବାକୁ ଲୋଡ଼ା ନୂତନ ଚକ୍ଷୁ ଓ ଅବିଶ୍ରାନ୍ତ ଉଦ୍‌ଯୋଗ।

ଏ କ୍ଷେତ୍ରରେ ବୈଜ୍ଞାନିକମାନେ କିଛି ମାତ୍ରାରେ ଅଗ୍ରଗତି ହାସଲ କରିଛନ୍ତି। ନୂଆକରି ସମାହିତ ଗୋଟାଏ ପର୍ଯ୍ୟବେକ୍ଷଣ ସେମାନଙ୍କୁ ନକ୍ଷତ୍ରପୁଞ୍ଜ ‘ଉର୍‌ସା ମେଜର୍‌ ସୁପର୍‌ଗ୍ରୁପ୍‌’ରେ ଥିବା ଗୋଟାଏ ତନ୍ତୁ ଚିହ୍ନଟ କରିବାରେ ସହାୟକ ହୋଇଛି। ସେ ବୈଜ୍ଞାନିକମାନେ ଚାରି ଆଲୋକବର୍ଷ ଦୂର ପର୍ଯ୍ୟନ୍ତ ବ୍ୟାପିଥିବା ପୁଞ୍ଜାଏ ଛାୟାପଥ ଠାବ କରିଛନ୍ତି। ଏଥିସହ ସେମାନେ ଆବିଷ୍କାର କରିଛନ୍ତି ସୂକ୍ଷ୍ମ, ପତଳା ତନ୍ତୁ-ସୂକ୍ଷ୍ମାଂଶ। କିନ୍ତୁ ସେ ଗୁପ୍ତ ମାର୍ଗ ଉପରେ ଆଧିପତ୍ୟ ବିସ୍ତାର କରି ରହିଛି ଅଦୃଶ୍ୟ ବସ୍ତୁସମୂହ। ତାହାରି ମଧ୍ୟରେ ସମ ତାଳରେ ନୃତ୍ୟପୂର୍ବକ ଛାୟାପଥ ବା ନକ୍ଷତ୍ରପୁଞ୍ଜ ଜାତ ଓ ବିବର୍ତ୍ତିତ ହେଉଛନ୍ତି।

ଉପରୋକ୍ତ ଆବିଷ୍କାର ହେଉଛି ବ୍ରହ୍ମାଣ୍ଡର ଗୁପ୍ତ ଢାଞ୍ଚା ଉପରେ କ୍ଷଣିକ ଦୃଷ୍ଟିପାତ ମାତ୍ର। କିନ୍ତୁ, ଏଥିରୁ ଉନ୍ମୁକ୍ତ ହେବ କେମିତି ସବୁଠୁ ସୂକ୍ଷ୍ମ ମହାଜାଗତିକ ଢାଞ୍ଚା ସବୁ ଏ ଅସୀମ ସୃଷ୍ଟିର ମହାବୃନ୍ଦନୃତ୍ୟ ଫାନ୍ଦିଛନ୍ତି ଏବଂ ସହସ୍ର ନିୟୁତ କିଲୋମିଟର୍‌ ବ୍ୟବଧାନରେ ଥିବା ଛାୟାପଥଗୁଡ଼ିକର ଭାଗ୍ୟ ନିୟନ୍ତ୍ରଣ କରୁଛନ୍ତି। ପ୍ରକୃତରେ ଖଣ୍ଡିଏ ସୂକ୍ଷ୍ମ ତନ୍ତୁ ଦ୍ବାରା କିପରି ଏ ବ୍ରହ୍ମାଣ୍ଡ ବାନ୍ଧିହୋଇ ରହିଛି, ସେକଥା ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି।

ବହୁ ଆଗରୁ ଜ୍ୟୋତିର୍ବିଜ୍ଞାନୀମାନେ ବୁଝିସାରିଛନ୍ତି ଯେ ଏ ବ୍ରହ୍ମାଣ୍ଡ ତାରକା ଏବଂ ବାଷ୍ପାଦିର ସମ୍ମିଶ୍ରଣ ନୁହେଁ। ଏହା ବିଶାଳ, ଠିକ୍‌ ବୁଢ଼ିଆଣୀ ଜାଲ ଭଳି ଜଟିଳ ନେଟ୍‌ୱର୍କ ଭଳି ସଜାଇ ଗଢ଼ାଯାଇଛି। ବିସ୍ତୃତ ଶୂନ୍ୟ ସ୍ଥାନରେ ଥିବା ଏ ମହାଜାଗତିକ ନେଟ୍‌ୱର୍କରେ ପଡ଼ିଛି ଛାୟାପଥଗୁଡ଼ିକର ଗହଳ ଗଣ୍ଠି ଏବଂ ସେ ସବୁକୁ ସଂଯୋଗ କରିଛି ଦୀର୍ଘକାୟ ତନ୍ତୁସମୂହ। ଏ ମହାଜାଗତିକ ଢାଞ୍ଚା ସଜାଡ଼ି ରଖିବାକୁ କୋଟି କୋଟି ବର୍ଷରୁ ଅଧିକ ହେବ ଏକ ଲୁକ୍କାୟିତ ମାଧ୍ୟକର୍ଷଣ ବଳ ବସ୍ତୁସମୂହକୁ ଏକତ୍ର ଟାଣିଧରିଛି। ଏ ବସ୍ତୁସମୂହର ବହୁଳାଂଶ ଅଦୃଶ୍ୟ ହୋଇଥିବାରୁ ମନୁଷ୍ୟ ଆଖିକୁ ଦିଶୁନାହିଁ। ଅଦୃଶ୍ୟ ପଦାର୍ଥ ଆଧିପତ୍ୟରେ ଥିବା ଏ ଦୀର୍ଘକାୟ ତନ୍ତୁସମୂହ ଏବଂ ନେଟ୍‌ୱର୍କରେ ଥିବା ସୂକ୍ଷ୍ମାତିସୂକ୍ଷ୍ମ ତନ୍ତୁରାଜି ମହାଜାଗତିକ ରାଜପଥ ଭଳି କାର୍ଯ୍ୟକରୁଛି। ତାହାରି ମାଧ୍ୟମ ଦେଇ ନୂତନ ତାରକା ଓ ତାରକାପୁଞ୍ଜ ବା ଛାୟାପଥଙ୍କ ଆହାର ନିମନ୍ତେ ବାଷ୍ପ ଓ ଧୂଳିକଣା ଭଳି କଞ୍ଚାମାଲ୍‌ ପରିବାହିତ ହେଉଛି।

ଚୀନ୍‌ର ‘ଫାଷ୍ଟ୍‌’ ଟେଲିସ୍କୋପ୍‌ ଭଳି ଶକ୍ତିଶାଳୀ ନୂତନ ଯନ୍ତ୍ରପାତି ବ୍ରହ୍ମାଣ୍ଡର ଗୁପ୍ତ ରହସ୍ୟମାନ ଉନ୍ମୋଚନ କରିଚାଲିଛି। ଏହି ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ବୈଜ୍ଞାନିକମାନେ ମହାଜାଗତିକ ବସ୍ତୁରାଜିକୁ ଏକତ୍ର ବାନ୍ଧିରଖିଥିବା ଅଦୃଶ୍ୟପ୍ରାୟ ତନ୍ତୁଟିଏ ଦେଖିବାକୁ ସମର୍ଥ ହୋଇଛନ୍ତି। ଏ ପର୍ଯ୍ୟବେକ୍ଷଣ ଦର୍ଶାଉଛି- କିଭଳି ଏ ସୂକ୍ଷ୍ମ ମହାଜାଗତିକ ସ୍ଥାପତ୍ୟ ବା ଢାଞ୍ଚା ଛାୟାପଥଗୁଡ଼ିକ ଭବିଷ୍ୟତ ନିର୍ଦ୍ଧାରଣ କରେ, ସେମାନଙ୍କ ଗଠନ, ପାରସ୍ପରିକ ଭାବ ବିନିମୟ ଓ ବିବର୍ତ୍ତନରେ ଭୂମିକା ଗ୍ରହଣ କରେ। ଛାୟାପଥ ସବୁ ଅବିକଳ ଜୀବସତ୍ତା ଭଳି। ସେମାନେ ଜନ୍ମନ୍ତି, ବଢ଼ନ୍ତି, ରୂପ ପରିବର୍ତ୍ତନ କରନ୍ତି ଏବଂ କୋଟି କୋଟି ବର୍ଷ ପରେ ଅନ୍ୟ ଛାୟାପଥରେ ବି ନିମଜ୍ଜିତ ହୋଇଯାଆନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button