ମହାନଗର

6 plays in 3 languages: ୫ ଦିନରେ ୩ ଭାଷାରେ ୬ଟି ନାଟକ

ନାଟ୍ୟସଂସ୍ଥା ‘ଶତାବ୍ଦୀର କଳାକାର’ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ୨୮ତମ ‘ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବ’ ଫେବ୍ରୁଆରି ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ....

ଭୁବନେଶ୍ବର: ନାଟ୍ୟସଂସ୍ଥା ‘ଶତାବ୍ଦୀର କଳାକାର’ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ୨୮ତମ ‘ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବ’ ଫେବ୍ରୁଆରି ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ। ଏହି ମହୋତ୍ସବରେ ୨୦ଜଣ କଳାକାର, ସାମ୍ବାଦିକ ଓ ସାହିତ୍ୟିକଙ୍କୁ ସମ୍ମାନିତ କରାଯିବ ଏବଂ ପତ୍ରିକା ‘ନାଟ୍ୟବାର୍ତ୍ତା’ ପ୍ରକାଶ ପାଇବ। ୨୪ ତାରିଖରେ ସ୍ମରଣିକା ପ୍ରକାଶ କରାଯିବ। ଏହି ଉତ୍ସବରେ ୩ଟି ଭାଷାରେ ୬ଟି ନାଟକ ମଞ୍ଚସ୍ଥ ହେବ। ୨୦ ତାରିଖରେ ଶତାବ୍ଦୀର କଳାକାର ପକ୍ଷରୁ ଓଡ଼ିଆ ନାଟକ ‘ମହାସଂଗ୍ରାମର ମହାନାୟକ’ ୨୧ରେ ବଙ୍ଗଳା ଭାଷୀ ନାଟକ ‘ଅନ୍ଧା ୟୁଗ’, ୨୨ରେ ହିନ୍ଦୀ ନାଟକ ‘ଅବ୍‌ ନା ବନେଗି ‌ଦେହରୀ’, ୨୩ ତାରିଖ ଅପରାହ୍ନ ୫ଟାରେ ବଙ୍ଗଳା ନାଟକ ‘ମାୟା ମ୍ରିଦଙ୍ଗ’ ଓ ସଂଧ୍ୟା ସାଢ଼େ ୭ଟାରେ ହିନ୍ଦୀ ନାଟକ ‘ସଂଧ୍ୟା ତାରା’ ଓ ୨୪ରେ ଓଡ଼ିଆ ନାଟକ ‘କର୍ଣ୍ଣ’ ମଞ୍ଚସ୍ଥ ହେବ।

ପତ୍ରିକା ‘କାଦମ୍ବିନୀ’ ସମ୍ପାଦିକା ଇତିରାଣୀ ସାମନ୍ତ, ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ, ନାଟ୍ୟକାର ମାନସ ରଞ୍ଜନ ଗଡ଼ନାୟକଙ୍କୁ ‘ସୁମିତ୍ରା ସମ୍ମାନ’ ପ୍ରଦାନ କରାଯିବ। ସେହିପରି ଅଭିନେତ୍ରୀ ମଞ୍ଜୁଲତା ସାମଲଙ୍କୁ ‘ପ୍ରମିଳା ପ୍ରତିଭା ସମ୍ମାନ’, ସଙ୍ଗୀତ ନିର୍ଦ୍ଦେଶକ ବିନୟ ଦାସଙ୍କୁ ‘ଶତାବ୍ଦୀର କଳାକାର ସମ୍ମାନ’, ଅଭିନେତା କାର୍ତ୍ତିକଚନ୍ଦ୍ର ସାହୁ ଓ ବିଘ୍ନରାଜ ଜେନା, ପାର୍ଥବର ଭୂୟାଁ, କାଳିପ୍ରସନ୍ନ ମଲ୍ଲିକଙ୍କୁ  ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ। ଚିନ୍ମୟ ଦାସ ପଟ୍ଟନାୟକ, ସୁବାସ ପ୍ରଧାନଙ୍କୁ ‘ନାଟ୍ୟକାର ରବୀନ୍ଦ୍ର ଦାଶ ସମ୍ମାନ’, ସମିତା ମହାନ୍ତିଙ୍କୁ ‘ଗୟାଧର ସମ୍ମାନ’ ପ୍ରଦାନ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଗୌରହରି ଦାସ, ସମ୍ପାଦକ ଧୀର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ବିଘ୍ନରାଜ ଜେନା, ସାଂସ୍କୃତିକ ସମ୍ପାଦକ ମନିଦୀପା ମଲ୍ଲିକ ଏହି ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button