Breaking News

ଗୋତସ୍କରୀ ମାମଲାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି: ବିଜେପି ପକ୍ଷରୁ ତିଗିରିଆ ଥାନାରେ ଏତଲା

ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲରେ ସାମୁହିକ ଗୋହତ୍ୟା ଓ ଗୋ ମାଂସ ତସ୍କରୀ ମାମଲାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଉକ୍ତ କାର୍ଯ୍ୟରେ ଯେଉଁମାନେ ସାମିଲ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଜେପି ପକ୍ଷରୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

ଆଠଗଡ଼: ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲରେ ସାମୁହିକ ଗୋହତ୍ୟା ଓ ଗୋ ମାଂସ ତସ୍କରୀରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଜେପି ପକ୍ଷରୁ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବିଜେପିର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ, ବିଜେପି ନେତା ଅଭୟ ବାରିକ, ଶଙ୍କର୍ଷଣ ମହାନ୍ତି, ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଏକ ରାଲିରେ ଆସି ତିଗିରିଆ ଥାନାରେ ପହଞ୍ଚି ତିଗିରିଆ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ସୂର୍ଯ୍ୟକାନ୍ତ ଧଳ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି। ପଙ୍କାଳ ଗ୍ରାମ ଅନ୍ତର୍ଗତ ବାରମାରଣ ଜଙ୍ଗଲ ମଧ୍ୟରେ ଆଜକୁ ବହୁ ବର୍ଷ ଧରି ନିକଟସ୍ଥ ଗ୍ରାମର କେତେକ ଅସାମାଜିକ ଯୁବକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ନିରୀହ ଜୀବନ୍ତ ପଶୁ ଯଥା ଗାଈ, ବଳଦ, ଷଣ୍ଢମାନଙ୍କୁ ଆଣି ନୃଶଂସ ଭାବରେ ନିଜ ହସ୍ତରେ ଓ ବିଭିନ୍ନ ପ୍ରକାର ଯନ୍ତ୍ରପାତି ମାଧ୍ୟମରେ ହତ୍ଯାକରି ମାଂସ ଓ ଦରକାରୀ ହାଡକୁ ଦେଶ , ବିଦେଶରେ ଚୋରା ଚାଲାଣ କରୁଛନ୍ତି। ଏତାଦୃଶ କାର୍ଯ୍ୟକୁ ବିରୋଧ କଲେ ସେମାନେ ଜୀବନରୁ ମାରି ଦେବାକୁ ମାରିଦେବା ଧମକ ଦେଉଛନ୍ତି।

ଆଜକୁ ୨୦ ବର୍ଷ ହେବ ସ୍ଥାନୀୟ ବିଜେଡି ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆର୍ଥିକ ସହାୟତା ତଥା ବିଭିନ୍ନ ବାଧାକୁ ସହଜରେ ସମାଧାନ କରି ତାଙ୍କର ବ୍ୟବସାୟକୁ ତ୍ବରାନ୍ବିତ କରିବା ନିମନ୍ତେ ସାହାଯ୍ୟ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି। ଏପରିକି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ପ୍ରଭାବରେ ସ୍ଥାନୀୟ ଅଧିକାରୀମାନେ ନିରବ ରହୁଛନ୍ତି। ଏଭଳି ଅସାଧୁ କାର୍ଯ୍ୟରେ ସ୍ଥାନୀୟ ପ୍ରତିନିଧି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓତଃପ୍ରୋତ ଭାବରେ ଜଡ଼ିତ। ତେଣୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଉକ୍ତ କାର୍ଯ୍ୟରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

ସୌଜନ୍ୟ-ସମ୍ୱାଦ

Comments are closed.