ବିଶେଷ

Yoga: ୨୧ ମିନିଟ୍‌ର ଯୋଗ‌ ଶରୀର ପାଇଁ ଔଷଧ

ଯୋଗକୁ କେବଳ ଆସନ କାରଣରୁ ଜଣାଯାଇଥାଏ। ହେଲେ ଏହା ମଣିଷର ଶରୀର, ମସ୍ତିଷ୍କ ଓ ନିଃଶ୍ୱାସର ତାଳମେଳରେ କରାଯାଉଥିବା ଏକ ଅଭ୍ୟାସ, ଯାହା ଆମ ଶରୀରକୁ ନମନୀୟ କରିଥାଏ। ଏଥିସହିତ ଯୋଗ ଆମର ମାନସିକ ଶାନ୍ତି ଦେବାରେ....

 ଶରୀର ପାଇଁ ‘ୱାର୍କ-ଆଉଟ୍‌’ ଭଲ ନା ଯୋଗ?
ଯୋଗକୁ କେବଳ ଆସନ କାରଣରୁ ଜଣାଯାଇଥାଏ। ହେଲେ ଏହା ମଣିଷର ଶରୀର, ମସ୍ତିଷ୍କ ଓ ନିଃଶ୍ୱାସର ତାଳମେଳରେ କରାଯାଉଥିବା ଏକ ଅଭ୍ୟାସ, ଯାହା ଆମ ଶରୀରକୁ ନମନୀୟ କରିଥାଏ। ଏଥିସହିତ ଯୋଗ ଆମର ମାନସିକ ଶାନ୍ତି ଦେବାରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏବଂ ଶରୀରକୁ କାର୍ଯ୍ୟକ୍ଷମ କରାଇବାରେ ମଧ୍ୟ ସହଯୋଗ କରିଥାଏ। ଅପରପକ୍ଷେ ବ୍ୟକ୍ତି ନିଜକୁ ଫିଟ୍‌ ରଖିବା ପାଇଁ ଜିମ୍‌କୁ ଯାଇଥାଏ। ଏହାଦ୍ୱାରା ଶରୀରରୁ ପ୍ରଚୁର ଝାଳ ନିଗିଡ଼େଇବାକୁ ମଧ୍ୟ ପଡ଼ିଥାଏ। ତେବେ ‘ୱାର୍କ-ଆଉଟ୍‌’ କରିବା ଆମର ଏକ ଶାରୀରିକ ଅଭ୍ୟାସ ହୋଇଥିବା ବେଳେ, ଯୋଗ ଆମର ଶରୀର, ମନ ଓ ସ୍ୱାସ୍ଥ୍ୟକୁ ସମ୍ମିଶ୍ରିତ ଭାବେ ପ୍ରଭାବିତ କରେ।

 ଯୋଗ କରିବାର ଉଚିତ ସମୟ କ’ଣ?
ଏମିତି ତ କହିବାକୁ ଗଲେ ଯେ କୌଣସି ସମୟରେ ଯୋଗ କରାଯାଇପାରେ। ତେବେ ସୂର୍ଯ୍ୟୋଦୟର ଦୁଇଘଣ୍ଟା ପରର ସମୟ ଯୋଗ କରିବା ଲାଗି ଅଧିକ ଲାଭପ୍ରଦ। ଖାଦ୍ୟ ଖାଇବାର ତୁରନ୍ତ ପରେ ଯୋଗ କରନ୍ତୁ ନାହିଁ। ଖାଇବାର ୨ରୁ ୪ ଘଣ୍ଟା ପୂର୍ବରୁ ଯୋଗ କରିବା ଉଚିତ।

FSHSFHXVVBXV

 ଯୋଗ ଅଭ୍ୟାସର ସ୍ଥାନ କିଭଳି ହେବା ଦରକାର?
ଖୋଲା ଏବଂ ପବନ ଦେଉଥିବା ସ୍ଥାନ ଯୋଗ ପାଇଁ ସବୁଠୁ ଭଲ। ପବନ ଚଳାଚଳ ହେଉଥିବା ଘରେ ମଧ୍ୟ ଯୋଗ କରିହେବ। ଖୋଲା ପବନର ସଂସ୍ପର୍ଶରେ ଆସିଲେ ମନ ଶାନ୍ତ ରହେ ଓ ଶରୀରକୁ ଭଲ ଫଳ ମିିଳେ।

 ମାସିକ ଧର୍ମ ବା ଗର୍ଭାବସ୍ଥା ସମୟରେ ଯୋଗ କରିବା ଠିକ୍‌ କି?
କିଛି ଆସନ ଅଛି ଯାହା କରି ହେବ ଓ ଅନ୍ୟ କିଛି ଲାଗି ବାରଣ ଥାଏ। ଏ ସମୟରେ ପେଟ ମାଡ଼ି ଓ ଗୋଡ଼ ଉଠାଇ କୌଣସି ଯୋଗ କରିବା ଉଚିତ ନୁହେଁ। ଏପରି ସ୍ଥିତିରେ ସ୍ଥିର ହୋଇ ପ୍ରାଣାୟାମ କରି ହେବ।

 ମାନସିକ ଚାପ ପରିଚାଳନା ପାଇଁ ଯୋଗ କେତେ ଉପାଦେୟ?
ଯୋଗ ଆମ ମାନସିକ ଚାପ ପରିଚାଳନା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଦିନକୁ ୨୧ ମିନିଟ୍‌ର ଯୋଗ ଶରୀର ପାଇଁ ଔଷଧ ସଦୃଶ। ତେଣୁ ଏହି ୨୧ ମିନିଟ୍‌ ଭିତରେ ୨୧ ଥର ‘ଓଁ’ ଉଚ୍ଚାରଣ କରିବା, କପାଳଭାତୀ, ଅନୁଲୋମବିଲୋମ, ନାଡ଼ି ଶେଧନ ଆଦି କରିବାଦ୍ବାରା ଆମେ ମାନସିକ ଚାପରୁ ମୁକ୍ତି ପାଇପାରିବା। ମନେ ରଖିବା କଥା ଯେ ଯୋଗ କରିବା ପରେ ତୁରନ୍ତ ପାଣି ପିଇବା ନାହିଁ ଓ ସ୍ନାନ କରିବା ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button