ଅପରାଧମହାନଗର

Cuttack: ବସ୍‌ ଭିତରେ ଦୁଇ ନାବାଳିକା ଭଉଣୀଙ୍କୁ ଅସଦାଚରଣ, ଡ୍ରାଇଭର ଗିରଫ

କଟକରେ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଦୁଇ ଭଉଣୀଙ୍କୁ ବସ୍‌ ଭିତରେ ବାରମ୍ବାର ଯୌନ ଶୋଷଣ କରାଯାଇଛି। ଏ ସଂକ୍ରାନ୍ତରେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବସ୍ ଡ୍ରାଇଭରକୁ ଗିରଫ କରିଛି।

କଟକ: କଟକରେ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଦୁଇ ଭଉଣୀଙ୍କୁ ବସ୍‌ ଭିତରେ ବାରମ୍ବାର ଯୌନ ଶୋଷଣ କରାଯାଇଛି। ଏ ସଂକ୍ରାନ୍ତରେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବସ୍ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଚାଉଳିଆଗଞ୍ଜ ଥାନା ମହାନଦୀ ବିହାରରେ ରହୁଥିବା ଜଗତସିଂହପୁରଜିଲ୍ଲା ବିରିଡ଼ି ଥାନା କାଇଜଙ୍ଗର ବିଶ୍ବନାଥ ସାହୁ(୫୫)। ପୁଲିସ ତାକୁ ବୁଧବାର ଭୋର ସମୟରେ ଗିରଫ କରିଛି।

ସୂଚନା ଅନୁଯାୟୀ, ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଦୁଇ ଭଉଣୀ ପଢ଼ୁଛନ୍ତି। ତେବେ ବସ୍‌ରେ ଦୁଇ ଭଉଣୀଙ୍କୁ ଡ୍ରାଇଭର ବିଭିନ୍ନ ସମୟରେ ଯୌନ ଶୋଷଣ କରିଆସୁଥିଲା। ସ୍କୁଲ ଛୁଟି ପରେ ଗାଡ଼ିରେ ବସିଥିବା ବେଳେ ସେ ଏଭଳି କାଣ୍ଡ କରୁଥିଲା। ଏ ସମ୍ପର୍କରେ ପୀଡ଼ିତା ପରିବାର ଲୋକଙ୍କୁ ଜଣାଇଥିଲେ। ମଙ୍ଗଳବାର ପୀଡ଼ିତାଙ୍କ ବାପା ମା’ ସିଡବ୍ଲୁସିରେ ହାଜର ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ।

ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ତୁରନ୍ତ ଚାଇଲ୍ଡଲାଇନକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚାଇଲ୍ଡ ଲାଇନ୍ ମାଧ୍ୟମରେ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ମଙ୍ଗଳବାର ଦିନ ଅଭିଯୋଗ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button