ଭୁବନେଶ୍ବର: ରାଜଧାନୀ ଭିତରେ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ଲାଗିଥିବା ବେଗ ସୀମା ସୂଚନା ଫଳକକୁ ନେଇ ଚାଳକମାନେ ଚିନ୍ତାରେ ପଡ଼ୁଛନ୍ତି। ପ୍ରାୟ ୧୦ କିମି ଦୂରତା ଭିତରେ ଭିନ୍ନ ଭିନ୍ନ ବେଗ ସୀମା ଦର୍ଶାଉଥିବା ସୂଚନା ଫଳକ ଲାଗିଥିବାରୁ ଚାଳକମାନେ ସମସ୍ୟାରେ ପଡ଼ୁଛନ୍ତି। ଅମାନିଆ ଚାଳକଙ୍କ ପାଇଁ କିଛି ଫରକ ପଡ଼ୁନି ସିନା ଅନ୍ୟମାନେ ଅର୍ଥାତ ନିୟମ ମାନି ଗାଡ଼ି ଚଳାଉଥିବା ଚାଳକମାନେ କିନ୍ତୁ ଅସୁବିଧାରେ ପଡ଼ୁଛନ୍ତି। ଟିକିଏ ଅସାବଧାନ ହେଲେ, ଚାଲାଣ କଟୁଛି। କେବଳ ସେତିକି ନୁହେଁ, ସୂଚନା ଫଳକରେ ଧାର୍ଯ୍ୟ ବେଗ ସୀମାରୁ କମ୍ ବେଗରେ ଯାଉଥିଲେ ମଧ୍ୟ ଗାଡ଼ିର ଚାଲାଣ କଟୁଛି।

