ଓଡିଶାମହାନଗର

SJFI Golden Jubilee: ନୂଆଦିଲ୍ଲୀରେ ଏସ୍‌ଜେଏଫ୍‌ଆଇ ସ୍ବର୍ଣ୍ଣ ଜୟନ୍ତୀ ଜାତୀୟ ସମ୍ମିଳନୀ

ଦୁଇ ଦଶନ୍ଧି ପରେ ନୂଆଦିଲ୍ଲୀରେ ଏସ୍‌ଜେଏଫଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ସଂଯୋଗବଶତଃ ଦେଶର ରାଜଧାନୀରେ ମଧ୍ୟ ଏସ୍‌ଜେଏଫ୍‌ଆଇ ନିଜର ୫୦ତମ ବାର୍ଷିକୀ ପାଳନ କରିବ।

ଭୁବନେଶ୍ବର: ଦୁଇ ଦଶନ୍ଧି ପରେ ନୂଆଦିଲ୍ଲୀରେ ଏସ୍‌ଜେଏଫଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ସଂଯୋଗବଶତଃ ଦେଶର ରାଜଧାନୀରେ ମଧ୍ୟ ଏସ୍‌ଜେଏଫ୍‌ଆଇ ନିଜର ୫୦ତମ ବାର୍ଷିକୀ ପାଳନ କରିବ। ନୂଆଦିଲ୍ଲୀରେ ୨୩ ବର୍ଷ ପରେ ଏହି ଗୁରୁତ୍ବପୂର୍ଣ୍ଣ ସଂସ୍କରଣ ଚଳିତ ମାର୍ଚ୍ଚ ମାସ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସଜେଏ) ଏହାକୁ ପ୍ରଭାବୀ ଢ଼ଙ୍ଗରେ ଆୟୋଜନ କରିବା ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଛି।

କୋଭିଡ୍‌ ସମୟ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ୪ ଦିନିଆ ପ୍ରତିଯୋଗିତାରେ ଉତ୍ତର, ପୂର୍ବ, ପଶ୍ଚିମ ଓ ଦକ୍ଷିଣାଞ୍ଚଳର କ୍ରୀଡ଼ା ସାମ୍ବାଦିକମାନେ‌ ଜେକେ ବୋଷ କ୍ରିକେଟ୍‌ ପ୍ରତିଯୋଜିତା ସହିତ ଏସି ବାଲି ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ‘ଏସ୍‌ଜେଏଫ୍‌ଆଇ ଜାତୀୟ ସମ୍ମିଳନୀକୁ ଏକ ମାଇଲ୍‌ଖୁଣ୍ଟ ଇଭେଣ୍ଟ୍‌ରେ ପରିଣତ କରିବାକୁ ଡିଏସ୍‌ଜେଏ ବଦ୍ଧ ପରିକର ରହିଛି।

ଓଡ଼ିଶାରୁ ଭାଗନେବେ ୫ ଜଣିଆ ପ୍ରତିନିଧି ଦଳ

କ୍ରୀଡ଼ା ମନ୍ତ୍ରଣାଳୟ, କ୍ରୀଡ଼ା ସାମଗ୍ରୀ କମ୍ପାନି, ଭାରତୀୟ ତୀରନ୍ଦାଜୀ ସଂଘ ସମ୍ପାଦକ ବୀରେନ୍ଦ୍ର ସଚ୍‌ଦେବା, ଦିଲ୍ଲୀ ବିଜେପି ଏହି ଜାତୀୟ ସମ୍ମିଳନୀକୁ ସମର୍ଥନ କରିଥିବାରୁ ଆମେ କୃତଜ୍ଞତା ଜଣାଉଛୁ’ ବୋଲି ଦିଲ୍ଲୀ କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସଜେଏ)ର ସଭାପତି ଅଭିଷେକ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି ଜାତୀୟ ସମ୍ମିଳନୀ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ) ପାଇଁ ନିର୍ଣ୍ଣାୟକ ମୁହୂର୍ତ୍ତ ହେବାକୁ ଯାଉଛି’ ବୋଲି ପ୍ରକାଶ କରିଛନ୍ତି ଏସ୍‌‌ଜେଏଫଆଇ ସଭାପତି ସରଜୁ ଚକ୍ରବର୍ତ୍ତୀ। ଏହି ସମ୍ମିଳନୀ ଅବସରରେ ବହୁ ଅଲିମ୍ପିଆନ୍‌ ଓ କ୍ରୀଡ଼ା ବ୍ୟକ୍ତିତ୍ବ ବି ଯୋଡ଼ିହେବେ। ଏହା ଦେଶରେ କ୍ରୀଡ଼ା ସାମ୍ବାଦିକଙ୍କ ମଧ୍ୟରେ ଏକତା, ସଂହତି ବଜାୟ ରଖିବା ସହିତ ପେସାଦାର ଉତ୍କର୍ଷ ଦିଗରେ ସଂଘର ଭୂମିକାକୁ ନିର୍ଣ୍ଣାୟକ ମୋଡ଼ ଦେବ ବୋଲି ଜାତୀୟ ସମ୍ପାଦକ ଭି. ରମେଶ ପ୍ରକାଶ କରିଛନ୍ତି।

ଓଡ଼ିଶାରୁ ଏକ ୫ ଜଣିଆ ଦଳ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ସଭାପତି ସନ୍ଦୀପ ମିଶ୍ର, ସମ୍ପାଦକ ସୁରେଶ ସ୍ବାଇଁଙ୍କ ସହିତ ଦୀପ୍ତି ରଂଜନ ସାମଲ, ବିମଳ ରାଉଳ, ତୁଷାର ସେନାପତି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button