ଓଡିଶାଖେଳ

PCB Punishes Pakistan Cricketers: ହାରିଲ ଫାଇନ୍ ଦିଅ: ମିଳିଲା ଖରାପ ଖେଳିବାର ଦଣ୍ଡ, ସେମିକୁ ନଯିବାରୁ ପାକ୍ ଖେଖାଳିଙ୍କୁ ୧୭ ଲକ୍ଷ ଲେଖାଏଁ ଜରିମାନା

ବିଶ୍ବକପ୍‌ରେ ଖରାପ ଖେଳିବାର ଫଳ ପାକିସ୍ତାନୀ ଖେଳାଳିଙ୍କୁ ମିଳିଛି। ସେମିଫାଇନାଲ୍‌ ଯାଇ ନପାରିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ନିଜ ଦଳର ସବୁ ଖେଳାଳିଙ୍କୁ ୧୮,୦୦୦ ଡଲାର ବା ପାଖାପାଖି ୧୭ ଲକ୍ଷ ଭାରତୀୟ ଟଙ୍କାରେ ଦଣ୍ଡିତ କରିଛି

ଲାହୋର: ବିଶ୍ବକପ୍‌ରେ ଖରାପ ଖେଳିବାର ଫଳ ପାକିସ୍ତାନୀ ଖେଳାଳିଙ୍କୁ ମିଳିଛି। ସେମିଫାଇନାଲ୍‌ ଯାଇ ନପାରିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ନିଜ ଦଳର ସବୁ ଖେଳାଳିଙ୍କୁ ୧୮,୦୦୦ ଡଲାର ବା ପାଖାପାଖି ୧୭ ଲକ୍ଷ ଭାରତୀୟ ଟଙ୍କାରେ ଦଣ୍ଡିତ କରିଛି। ପ୍ରକୃତରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବାରୁ ପାକିସ୍ତାନ ଦଳକୁ ଦଣ୍ଡିତ କରିଥିଲା ପିସିବି। ତେବେ ସେମିଫାଇନାଲ୍‌କୁ ପ୍ରବେଶ କଲେ ଏହି ଜରିମାନାକୁ ବାତିଲ କରିଦିଆଯିବ ବୋଲି ଆଶ୍ବାସନା ଦେଇଥିଲା।

ନିର୍ଣ୍ଣାୟକ ସୁପର-୮ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ଜିତିବା ସତ୍ତ୍ବେ ପାକିସ୍ତାନ ସେମିଫାଇନାଲ୍‌ରେ ପ୍ରବେଶ କରିପାରି ନଥିଲା। ନ୍ୟୁଜିଲାଣ୍ଡ ସହ ସମାନ ପଏଣ୍ଟ୍‌ ପାଇଥିଲେ ବି ଖରାପ ‌ନେଟ୍ ରେନ୍‌ ରେଟ୍‌ ଲାଗି ସୁପର-୮ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଯାହା ପିସିବି ମୁଖ୍ୟ ମୋହସିନ ନକ୍‌ଭୀଙ୍କୁ ଉତ୍‌କ୍ଷିପ୍ତ କରିଥିଲା। ଏଣୁ ସେ ପାକିସ୍ତାନ ଖେଳାଳି ଘରକୁ ଫେରିବା ପୂର୍ବରୁ ପୂର୍ବ ଘୋଷିତ ଜରିମାନାକୁ ପୁନଃ ଲାଗୁ କରି ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନୀ ଓପନର୍‌ ସାହିବଜାଦା ଫରହାନ୍‌ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ କରିଛନ୍ତି। ତଥାପି ସେ ମଧ୍ୟ ଜରିମାନା ଦେବାକୁ ବାଧ୍ୟ ହେବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button