
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସ୍ବତନ୍ତ୍ର ବାୟୁସେନାର ବିମାନ ଯୋଗେ ପହଞ୍ଚିଲେ । ସ୍ବାଗତ କଲେ ମୋହନ ଚରଣ ମାଝୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସ୍ବାଗତ କଲେ । କଟକ, ଭୁବନେଶ୍ବର ଓ ଅନ୍ୟ ସ୍ଥାନରେ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ଦିନିକିଆ ଗସ୍ତରେ ଆସିଛନ୍ତି ଶାହ ।
ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଶ୍ରୀ ଶାହ କଟକ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ପାରାଦୀପରେ ଇଫ୍କୋ ପକ୍ଷରୁ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ଜଟଣୀରେ ଜାତୀୟ ଫରେନ୍ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍ଏଫ୍ଏସ୍ୟୁ) ଓ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫ୍ଏସ୍ଏଲ୍)ର ଶିଳାନ୍ୟାସ କରିବେ। ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀରେ ସାମିଲ ହେବେ। ସଂଧ୍ୟାରେ ଦିଲ୍ଲୀ ଫେରିଯିବେ। ଶ୍ରୀ ଶାହଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୌଜନ୍ୟ ସମ୍ବାଦ




