ଅପରାଧଓଡିଶା

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଅଧ୍ୟାପକ, ୪ଥର ଗର୍ଭନଷ୍ଟ ପରେ…

ବ୍ରହ୍ମପୁର,୧୨।୩ (ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିବା ଜଣେ ଅଧ୍ୟାପକଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଛି। ସେ ହେଲେ ବ୍ରହ୍ମପୁରର ଏକ ସରକାରୀ କନିଷ୍ଠ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ତଥା କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳର ସୁଜିତ୍‌ କନ୍ଧ(୩୦)। ସଂପୃକ୍ତ ଯୁବତୀଙ୍କ ସେ ୪ଥର ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ପୋଲିସ ବୁଧବାର ଉକ୍ତ କଲେଜକୁ ଯାଇ ଅଭିଯୁକ୍ତ ଅଧ୍ୟାପକ କନ୍ଧଙ୍କୁ ମାମଲା ନଂ.୯୯/୨୬ରେ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି।
ବ୍ରହ୍ମପୁରରେ ରହି ଏକ ଘରୋଇ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା କନ୍ଧମାଳ ଜିଲାର ଜଣେ ଯୁବତୀଙ୍କ ସହ ଅଧ୍ୟାପକ କନ୍ଧ ୪ ବର୍ଷ ହେବ ସମ୍ପର୍କରେ ରହିଥିଲେ । ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଯୁବତୀଙ୍କଠାରୁ ୨ ଲକ୍ଷ ଟଙ୍କା ସହ ବିଭିନ୍ନ ସମୟରେ ସୁନା ଚେନ ଓ ମୁଦି ମଧ୍ୟ ନେଇଥିଲେ। ଯୁବତୀ ଜଣଙ୍କ ବିବାହ କଥା କହିଲେ ନାନା ବାହାନା କରି ଦିନ ଗଡାଉଥିଲେ। ୧୦ ଦିନ ତଳେ ସୁଜିତ୍‌ ବିବାହ କରିବେ ନାହିଁ ବୋଲି ମନା କରି ଦେବାପରେ ପ୍ରତାରଣାର ଶିକାର ଯୁବତୀ ବୈଦ୍ୟନାଥପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ।

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button