ଓଡିଶା

ଗ୍ୟାସ୍‌ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ

ମହାକାଳପଡ଼ା, ୧୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରାକୃତିକ ତୈଳ ଓ ଗ୍ୟାସ୍‌ ଆମଦାନୀରେ ସଙ୍କଟ ପ୍ରତିଫଳିତ ହେଉଛି। ଫଳରେ ବିଶ୍ୱ ବଜାରରେ ତୈଳ ଓ ଗ୍ୟାସ୍‌ ଯୋଗାଣରେ ସଙ୍କଟ ଦେଖାଯାଇଛି। ସେଥିପାଇଁ ଭାରତର ତୃଣମୂଳସ୍ତରରେ ଗ୍ରାମାଞ୍ଚଳରେ ଘରୋଇ ଜାଳେଣି ଗ୍ୟାସ୍‌ ଆବଶ୍ୟକତା ଯୋଗାଣରେ ବାଧକ ସାଜିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୁଇଟି ପ୍ରମୁଖ ଗ୍ୟାସ୍‌ ବିତରଣ ସଂସ୍ଥା ଥିଲେ ମଧ୍ୟ ଖାଉଟିମାନଙ୍କୁ ଲମ୍ବାଧାଡ଼ି ଦେବାକୁ ପଡ଼ୁଛି, ଯାହା ଦୁଇ ଏଜେନ୍ସିକୁ ଗ୍ୟାସ୍‌ ଆସୁଛି ତାହା ସମୁଦ୍ରକୁ ଶଂଖେ ବୋଲି କେତେକ ଖାଉଟି ଅଭିଯୋଗ କରିଛନ୍ତି। ଅଥଚ ଉପକୂଳ ଉପାନ୍ତ ତଥା ମହାନଦୀ ଅବବାହିକା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଚିଙ୍ଗୁଡିଘେରି ଦଲାଲମାନେ ଏଜେନ୍ସିକୁ ହାତବାରିସି କରି ଗ୍ୟାସ୍‌ ଟାଙ୍କି ଆଣି ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆମେମାନେ ବାଧ୍ୟ ହୋଇ ଝାଟି ଜଙ୍ଗଲରୁ ଶୁଖିଲା କାଠ ଡାଳ ସଂଗ୍ରହ କରି ସକାଳେ ପଖାଳ ତୋରାଣି ମୂନ୍ଦେ ପିଇ ସନ୍ଧ୍ୟାରେ ଫେରୁଛୁ ବୋଲି ଜନଜାତି ମହିଳାମାନଙ୍କ ମଧ୍ୟରେ ଦୁଃଖୀ ଭକ୍ତା, ସହଚରୀ ଆହାଡ଼ି, ଲକ୍ଷ୍ମୀ ଭକ୍ତା, ଫୁଲ ସିଂ ଓ ପାର୍ବତୀ ସିଂ ପ୍ରମୁଖ କହିଛନ୍ତି।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button