ଅପରାଧଦେଶ ବିଦେଶ

Aligarh hospital: ଆଲିଗଡ଼ ହସ୍ପିଟାଲରେ ଗୁଳିକାଣ୍ଡ, ଜଣେ ମୃତ

ଗୁଳିକାଣ୍ଡ ଘଟଣା ପ୍ରେମ ବ୍ୟାପାରକୁ ନେଇ ହୋଇଥିବାବେଳେ ଉତ୍ତର ପ୍ରଦେଶର ଜଣେ ପ୍ରାଦେଶିକ ଆର୍ମଡ କନଷ୍ଟାବୁଲାରୀ (ପିଏସି) ଯବାନ ଓ ଜଣେ ପୁଲିସ କନଷ୍ଟେବଲ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଆଗ୍ରା: ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁଳିକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଗୁଳିକାଣ୍ଡ ଘଟଣା ପ୍ରେମ ବ୍ୟାପାରକୁ ନେଇ ହୋଇଥିବାବେଳେ ଉତ୍ତର ପ୍ରଦେଶର ଜଣେ ପ୍ରାଦେଶିକ ଆର୍ମଡ କନଷ୍ଟାବୁଲାରୀ (ପିଏସି) ଯବାନ ଓ ଜଣେ ପୁଲିସ କନଷ୍ଟେବଲ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସୋମବାର ରାତି ୧୦ଟାରେ ଦୁଇ ଜଣ ଦୁବୃର୍ତ୍ତ ହସ୍ପିଟାଲ ଭିତରେ ପଶି ବେଦପାଲ ସିଂହ ନାମକ ୩୮ ବର୍ଷୀୟ ରୋଗୀଙ୍କ ଉପରେ ଗୁଳିଚାଳନା କରି ହସ୍ପିଟାଲ ଭିତରେ ଆତଙ୍କ ସୃଷ୍ଟି କରିଥିଲେ। ଗୁଳି କରିବା ପରେ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଥିଲେ।

Show More

Leave a Reply

Your email address will not be published. Required fields are marked *

Back to top button