ଦେଶ ବିଦେଶ
X: ସୋସିଆଲ ମିଡିଆ ‘ଏକ୍ସ’ ଦେଶବ୍ୟାପୀ ଡାଉନ୍
ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ‘ଏକ୍ସ’ (ପୂର୍ବରୁ ଟ୍ବିଟର)ରେ ପୁଣି ବିଭ୍ରାଟ ଦେଖାଦେଇଛି। ଭାରତର ଅଧିକାଂଶ ବ୍ୟବହାରକାରୀଙ୍କୁ ତାହା ପ୍ରଭାବିତ କରିଛି

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ‘ଏକ୍ସ’ (ପୂର୍ବରୁ ଟ୍ବିଟର)ରେ ପୁଣି ବିଭ୍ରାଟ ଦେଖାଦେଇଛି। ଭାରତର ଅଧିକାଂଶ ବ୍ୟବହାରକାରୀଙ୍କୁ ତାହା ପ୍ରଭାବିତ କରିଛି। ଲୋକମାନେ ଫିଡ୍ ଓ ଲିଙ୍କ୍କୁ ଖୋଲିପାରୁନାହାନ୍ତି। ସେମାନେ ଡାଉନ୍ଡିଟେକ୍ଟର ଜରିଆରେ ଏହି ବିଭ୍ରାଟ ସମ୍ପର୍କରେ ସୂଚନା ଦେଇଛନ୍ତି। ସନ୍ଧ୍ୟା ୮ଟା ୧୭ ସୁଦ୍ଧା ‘ଏକ୍ସ’ ଡାଉନ୍ ଥିବା ସ୍ପଷ୍ଟ ହୋଇଛି। ‘ଏକ୍ସ’ରେ ବିଭ୍ରାଟ କିଛି ନୂଆ କଥା ନୁହେଁ। ଗତ କିଛି ମାସ ମଧ୍ୟରେ ସେଥିରେ ଅନେକ ଥର ବିଭ୍ରାଟ ଦେଖାଦେଇଛି। ପ୍ରତି ଥର ବିଶ୍ବବ୍ୟାପୀ ବିଭିନ୍ନ ଦେଶର ଲୋକ ତାହା ଦ୍ବାରା ପ୍ରଭାବିତ ହୋଇଥାନ୍ତି। କମ୍ପାନି କିନ୍ତୁ କ୍ବଚିତ୍ ତାହାର କାରଣ ଜଣାଇଥାଏ।
ସୌଜନ୍ୟ ସମ୍ବାଦ




