Elvish Yadav: ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ବଡ଼ ଆଶ୍ଵସ୍ତି, ସାପ ବିଷ ମାମଲାରୁ ମୁକ୍ତି ଦେଲେ ସୁପ୍ରିମକୋର୍ଟ
ଲୋକପ୍ରିୟ ୟୁଟ୍ୟୁବର ତଥା ରିଆଲିଟି ସୋ ବିଜେତା ଏଲଭିଶ ଯାଦବଙ୍କୁ ଏକ ବଡ଼ ଧରଣର ଆଇନଗତ ସଫଳତା ମିଳିଛି। ୨୦୨୩ ମସିହାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ''ସାପ ବିଷ'' ବ୍ୟବହାର ମାମଲାରେ ସୁପ୍ରିମକୋର୍ଟ ଏଫଆଇଆରକୁ ରଦ୍ଦ କରିଛନ୍ତି।

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ରିଆଲିଟି ସୋ ବିଜେତା ଏଲଭିଶ ଯାଦବଙ୍କୁ ଏକ ବଡ଼ ଧରଣର ଆଇନଗତ ସଫଳତା ମିଳିଛି। ୨୦୨୩ ମସିହାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ”ସାପ ବିଷ” ବ୍ୟବହାର ମାମଲାରେ ସୁପ୍ରିମକୋର୍ଟ ଏଫଆଇଆରକୁ ରଦ୍ଦ କରିଛନ୍ତି। ଏହି ନିଷ୍ପତ୍ତି ପରେ ଏଲଭିଶଙ୍କୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିବା ସହ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି।
କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଏଲଭିଶଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୌଣସି ଠୋସ ପ୍ରମାଣ ରେକର୍ଡରେ ନାହିଁ। ପୋଲିସ ଦ୍ୱାରା ଦାୟର ଏଫଆଇଆରରେ ପ୍ରକ୍ରିୟାଗତ ଓ ତଥ୍ୟଗତ ଗମ୍ଭୀର ତ୍ରୁଟି ରହିଛି। ଏହି ଆଧାରରେ କୋର୍ଟ ଏଲଭିଶଙ୍କ ବିରୋଧରେ ହୋଇଥିବା ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୩ ମସିହାରେ ନୋଏଡାରେ ଆୟୋଜିତ ଏକ ରେଭ୍ ପାର୍ଟିରେ ସାପ ବିଷକୁ ନିଶା ଭାବରେ ବ୍ୟବହାର କରାଯାଉଥିବା ନିର୍ବାକ ”ପିପୁଲ୍ସ ଫର୍ ଆନିମଲ୍ସ” ସଂଗଠନର ଅଧିକାରୀ ଗୌରବ ଗୁପ୍ତାଙ୍କ ଅଭିଯୋଗ କ୍ରମେ ନୋଏଡା ସେକ୍ଟର ୪୯ ପୋଲିସ ଷ୍ଟେସନରେ ଏଲଭିଶ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଏନଡିପିଏସ୍ ଆଇନ ଅନୁଯାୟୀ ଏଲଭିଶଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା। ନୋଏଡା ପୋଲିସ ପୂର୍ବରୁ ଜିଲ୍ଲା କୋର୍ଟରେ ଏକ ୧୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଚାର୍ଜସିଟ୍ରେ ସାପ ଜାଲିଆତି କରୁଥିବା ବ୍ୟକ୍ତିଙ୍କ ସହ ଏଲଭିଶଙ୍କ ସମ୍ପର୍କ ଥିବା ଦର୍ଶାଯାଇଥିଲା। ଏହି ଘଟଣାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତାଙ୍କୁ ଜେରା କରିବା ପାଇଁ ଅନେକ ଥର ଲକ୍ଷ୍ନୌକୁ ଡାକାଏଥିଲା। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏବେ ଏହି ସମସ୍ତ ଅଭିଯୋଗ ଏକ ପ୍ରକାର ମୂଲ୍ୟହୀନ ହୋଇଯାଇଛି।
ସୌଜନ୍ୟ ସମ୍ବାଦ




