ବିଶେଷ

World TB Day: ବିଶ୍ବ ରାଜଯକ୍ଷ୍ମା ଦିବସ

ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ବ ରାଜଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ରାଜଯକ୍ଷ୍ମା ବା ‘ଟିବି’ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସଂକ୍ରମଣକୁ ରୋକିବା ଲାଗି ସମୟୋଚିତ ପଦକ୍ଷେପ ଗ୍ରହଣକୁ ଉତ୍ସାହିତ କରିବା।

ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ବ ରାଜଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ରାଜଯକ୍ଷ୍ମା ବା ‘ଟିବି’ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସଂକ୍ରମଣକୁ ରୋକିବା ଲାଗି ସମୟୋଚିତ ପଦକ୍ଷେପ ଗ୍ରହଣକୁ ଉତ୍ସାହିତ କରିବା। ସାଧାରଣତଃ ମଣିଷ ଶରୀରର ଫୁସ୍‌ଫୁସ୍‌ ଏକ ମାରାତ୍ମକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇଥାଏ। ୧୮୮୨ ମସିହା ଆଜି ଦିନରେ ଜର୍ମାନ୍‌ ଗବେଷକ ଡାକ୍ତର ରବର୍ଟ କୋଚ୍ ଏହି ସଂକ୍ରମଣ ଲାଗି ଦାୟୀ ‘ମାଇକୋବାକ୍ଟେରିଅମ୍‌ ଟ୍ୟୁବରକଲୋସିସ୍‌’ ବ୍ୟାକ୍ଟେରିଆକୁ ଆବିଷ୍କାର କରିଥିଲେ। ତେବେ ପ୍ରାୟ ତିନି ଲକ୍ଷ ବର୍ଷରୁ ଏହି ରୋଗ ମଣିଷକୁ ଆକ୍ରାନ୍ତ କରି ଆସୁଥିବାର ଆକଳନ କରାଯାଏ। ଏହାର ଚିକିତ୍ସା ଓ ନିବାରଣ ସମ୍ଭବ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୨୪ ମସିହାରେ ପୃଥିବୀର ୧ କୋଟି ୭ ଲକ୍ଷ ଲୋକ ରାଜଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ୧୨.୩ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ‘ହଁ! ଆମେ ଟିବିକୁ ସମାପ୍ତ କରିପାରିବା! ଦେଶର ନେତୃତ୍ବ। ନାଗରିକଙ୍କ ବଳ।’ ଏହି ପ୍ରସଙ୍ଗ ରଖାଯିବା ପଛର ବାର୍ତ୍ତା ହେଉଛି ଜାତୀୟ ନେତୃତ୍ବ ତଥା ନାଗରିକଙ୍କ ସକ୍ରିୟତା ଦ୍ବାରା ରାଜଯକ୍ଷ୍ମାର ମୂଳୋତ୍ପାଟନ ସମ୍ଭବ। ‘ଟିବି’ର ମୁକାବିଲା ଲାଗି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ନିବେଶ, ନବପ୍ରବର୍ତ୍ତନର ବିନିଯୋଗ, ତ୍ବରିତ ପଦକ୍ଷେପ, ଅନ୍ତର୍ବିଭାଗୀୟ ସହଯୋଗିତା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button