ମହାନଗର

Toy festiva: କଣ୍ଢେଇ ମେଳଣ ଉଦ୍‌ଯାପିତ

ରାଜଧାନୀ ଉପକଣ୍ଠ ଭଗବାନପୁର ମା ଛୋଟୀ ଭୁଆସୁଣୀ କଣ୍ଢେଇ ମେଳଣ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ୬୫ତମ ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ ଉଦ୍‌ଯାପିତ ହୋଇଯାଇଛି..........

ଖଣ୍ଡଗିରି: ରାଜଧାନୀ ଉପକଣ୍ଠ ଭଗବାନପୁର ମା ଛୋଟୀ ଭୁଆସୁଣୀ କଣ୍ଢେଇ ମେଳଣ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ୬୫ତମ ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଦିଅଁ ମେଳଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ପୁଲିସ ଅଧିକାରୀ ରଜତ ରାୟ, ସ୍ଥାନୀୟ କର୍ପୋରେଟର ରଶ୍ମିରଂଜନ ପାଟ୍ଟଶାଣୀ, ପୂର୍ବତନ ସରପଞ୍ଚସନ୍ତୋଷ କୁମାର ପାଇକରାୟ, ରୋଟାରିଆନ ରୁଦ୍ରପ୍ରସନ୍ନ ହୋତା, ଡାକ୍ତର କଳିକିଙ୍କର ସେନାପତି, ଦୁଃଶାସନ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। କୁନିକୁନି ପିଲା (ଅପୋଟିଆ)ମାନେ ସେମାନଙ୍କ ଦୋଳ ବିମାନକୁ ଧରି ମେଳଣ ପଡ଼ିଆସ୍ଥିତ ରତ୍ନବେଦୀ ଚାରିପଟେ ପରିକ୍ରମା କରିଥିଲେ।

ଘଣ୍ଟଘଣ୍ଟା, ହରିବୋଲ୍, ହୁଳହୁଳିରେ ପ୍ରକମ୍ପିତ ହୋଇଉଠୁଥିଲା ମେଳଣ ପଡ଼ିଆ। ପିଲାମାନଙ୍କ ଦ୍ୱାରା ପାରମ୍ପରିକ ହରିହର ଭେଟ କରାଯାଇ କଣ୍ଢେଇ ଠାକୁରଙ୍କୁ ଧରି ପିଲାମାନେ ବିଦାୟ ନେଇଥିଲେ। ପ୍ରତ୍ୟେକ କଣ୍ଢେଇ ଦୋଳରେ ଅବିର ଓ ସାଲୁ ସହିତ ଭୋଗ ହାଣ୍ଡି ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ପିଲାମାନଙ୍କ ପାଇଁ ବାଲ୍ୟଭୋଜିର ଆସର ଜମିଥିଲା। ମନୋରଞ୍ଜନ ପାଇଁ ଗଞ୍ଜାମର ପ୍ରସିଦ୍ଧ ସୂତା କଣ୍ଢେଇ ନାଚ ଆୟୋଜିତ ହୋଇଥିଲା। ଏହି କଣ୍ଢେଇ ନାଚ ଦେଖିବା ପାଇଁ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଲାଗିଥିଲା।

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button