ଜଳବାୟୁ

Weather Update: ୨ ଦିନରେ ୪ ଡିଗ୍ରୀ ବଢ଼ିପାରେ ତାତି, ଆଶ୍ୱସ୍ତି ଆଣିପାରେ କାଳବୈଶାଖୀ

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୮ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼ିବ । ଆସନ୍ତା ୨ ଦିନ ଭିତରେ ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଦିନର ସର୍ବୋଚ୍ଚ ତାପମାତ୍ରା । ଅପରପକ୍ଷରେ କାଳବୈଶାଖୀ ପ୍ରଭାବ ଏବେ ଜାରି ରହିବ । ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପବନ ଆଶଙ୍କା ମଧ୍ୟ ରହିଛି । ଏହାପରେ ବି ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ ।

ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୮ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ ଜାରି ହୋଇଛି। ସକାଳ ସାଢ଼େ ୮ ଟା ଯାଏ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ଝଡ଼ ପବନ ସମ୍ଭାବନା ନେଲ ସତର୍କ କରାଯାଇଯାଇଛି। ପବନର ବେଗ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ସମ୍ଭାବନା ଅଛି ।

ଶୁକ୍ରବାର ଉତ୍ତର ଓଡ଼ିଶା, ଉତ୍ତର ଉପକୂଳ ଜିଲ୍ଲା ସମେତ ଦକ୍ଷିଣର କେତେକ ସ୍ଥାନରେ ବର୍ଷା ସହ ପବନ ଏବଂ ବଜ୍ରପାତ ଆଶଙ୍କା ଅଛି ।ବୁଧବାର ସୋନପୁର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଥିବାବେଳେ ଟିଟିଲାଗଡ଼ ୩୭.୫ ଡିଗ୍ରୀ ଥିଲା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୩୬ ଡିଗ୍ରୀ ଉପରେ ଥିଲା । ଭୁବନେଶ୍ୱର ତାପମାତ୍ରା ୩୫.୨ ଓ କଟକ ୩୪.୪ ଡିଗ୍ରୀ ଥିଲା ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button