Breaking News

ଶୁଳ୍କ ବଢ଼ାଇବା ପରେ ଭାରତ ବିରୁଦ୍ଧରେ ପୁଣି ବର୍ଷିଲେ ଟ୍ରମ୍ପ: କହିଲେ, ଆଉ କୌଣସି ଆଲୋଚନା କରିବୁନି

ୱାଶିଂଟନ: ଭାରତ ଉପରେ ସର୍ବାଧିକ ଶୁଳ୍କ ଲାଗୁ କରିବା ପରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ସହିତ ଆଉ କୌଣସି ପ୍ରକାର ବାଣିଜ୍ୟ ଡିଲ୍ କରାଯିବ ନାହିଁ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ବାଣିଜ୍ୟ ଡିଲ୍ ପାଇଁ ଅଗଷ୍ଟ ୨୫ ତାରିଖରେ ଆମେରିକାର ପ୍ରତିନିଧି ଦଳ ଭାରତ ଆସିବାର ଥିଲା। ହେଲେ ଟ୍ରମ୍ପଙ୍କର ଏହି ଘୋଷଣା ପରେ ଆମେରିକାର କୌଣସି ଟିମ୍ ଆଲୋଚନା ପାଇଁ ଭାରତ ଆସି ନ ପାରନ୍ତି। ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ପରେ ଦୁଇ ଦଶନ୍ଧୀରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଅତି ନିମ୍ନ ସ୍ତରକୁ ଚାଲିଯାଇଛି।

ଓଭାଲ ଅଫିସରେ ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ ଟ୍ରମ୍ପ ଭାରତ ବିରୁଦ୍ଧରେ ଏପରି ମନ୍ତବ୍ୟ ଦେଇଥିଲେ। ଅତିରିକ୍ତ ଶୁଳ୍କ ଲାଗୁ କରିବା ପରେ ଭାରତ ସହିତ ଆଉ ଆଲୋଚନା କରିବାର ସମ୍ଭାବନା ରହିଛି କି ବୋଲି ରିପୋର୍ଟରମାନେ ପ୍ରଶ୍ନ କରିଥିଲେ। ଜବାବରେ ଟ୍ରମ୍ପ କହିଥିଲେ “ଯେପର୍ଯ୍ୟନ୍ତ ଆମେ ଏହାର ସମାଧାନ କରି ନାହୁଁ ସେ ପର୍ଯ୍ୟନ୍ତ ନୁହେଁ।”

 

ଋଷ ଠାରୁ ବାଣିଜ୍ୟ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତକୁ ଏକପାଖିଆ ଟାର୍ଗେଟ୍ କରିବା ଜାରି ରଖିଛନ୍ତି। ନିଜେ ଆମେରିକା ଓ ୟୁରୋପିୟନ ୟୁନିୟନ ଓ ଅନ୍ୟମାନେ ଋଷ ସହ ବାଣିଜ୍ୟ କରିଥିବା ବେଳେ କେବଳ ଭାରତକୁ ଟାର୍ଗେଟ୍ କରାଯାଉଛି। ଅନ୍ୟମାନଙ୍କ ଅପେକ୍ଷା ଭାରତ ଭାରତ ବିରୁଦ୍ଧରେ ଆମେରିକା ସର୍ବାଧିକ ଶୁଳ୍କ ଲାଗୁ କରିଛି। ଭାରତର ପଡ଼ୋଶୀ ପାକିସ୍ତାନ ଉପରେ ୧୯ ପ୍ରତିଶତ, ବାଂଲାଦେଶ ଉପରେ ୧୯ ପ୍ରତିଶତ ଏମିତିକ ଚୀନ ବିରୁଦ୍ଧରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ ବି ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ। ଦୁଇଟି ପର୍ଯ୍ୟାୟରେ ୨୫-୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ୨୫ ଶୁଳ୍କ ଗତକାଲି ଠାରୁ ଲାଗୁ ହୋଇଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଶୁଳ୍କ ଅଗଷ୍ଟ ୨୭ ତାରିଖରେ ଲାଗୁ ହେବ।

ସେପଟେ ଭାରତ ଉପରେ ଶୁଳ୍କ ଲାଗ କରିବାକୁ ବିରୋଧ କରିଛନ୍ତି ଋଷ, ଚୀନ, ବ୍ରାଜିଲ ଭଳି ଦେଶ। ଅନ୍ୟପଟେ ଭାରତ ଆମେରିକାର ଦୋମୁହାଁ ନୀତିକୁ ସମାଲୋଚନା କରିଥିବା ବେଳେ ସାମ୍ନାରେ ମୁଣ୍ଡ ନଇଁବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛି।

 

 

 

ସୌଜନ୍ୟ – ସମ୍ବାଦ

Comments are closed.