Russian military plane crashes in Crimea: କ୍ରିମିଆରେ ରୁଷର ସାମରିକ ବିମାନ ଦୁର୍ଘଟଣା ଗ୍ରସ୍ତ: ୨୯ ମୃତ
ବୁଧବାର ସକାଳେ କ୍ରିମିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏନେଇ ରୁଷିଆନ୍ ଖବର ଏଜେନ୍ସିଗୁଡ଼ିକ ରିପୋର୍ଟ କରିଛନ୍ତି। କ୍ରିମିଆରେ ରୁଷିଆନ୍ ସାମରିକ ପରିବହନ ବିମାନ ପାହାଡ଼ରେ ଧକ୍କା ହେବା ପରେ ଖସିପଡ଼ିଛି।

ମସ୍କୋ: ବୁଧବାର ସକାଳେ କ୍ରିମିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏନେଇ ରୁଷିଆନ୍ ଖବର ଏଜେନ୍ସିଗୁଡ଼ିକ ରିପୋର୍ଟ କରିଛନ୍ତି। କ୍ରିମିଆରେ ରୁଷିଆନ୍ ସାମରିକ ପରିବହନ ବିମାନ ପାହାଡ଼ରେ ଧକ୍କା ହେବା ପରେ ଖସିପଡ଼ିଛି। ଏଥିରେ ଥିବା ସମସ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କ ବିଚ୍ଛିନ୍ନ ହେବା ପରେ ଏଏନ୍-୨୬ ବିମାନଟି କୃଷ୍ଣ ସାଗର ଉପଦ୍ୱୀପରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏହି ଉପଦ୍ବୀପକୁ ୨୦୧୪ ମସିହାରେ ୟୁକ୍ରେନ୍ ଠାରୁ ରୁଷିଆ ନିଜ ନିୟନ୍ତ୍ରଣକୁ ନେଇଥିଲା। ଦୁର୍ଘଟଣାସ୍ଥଳ ଠାବ କରାଯାଇଛି, କିନ୍ତୁ ଅଧିକାରୀମାନେ ଏପର୍ଯ୍ୟନ୍ତ ଦୁର୍ଘଟଣାର ସଠିକ୍ ପରିସ୍ଥିତି ବିଷୟରେ ଅଧିକ ବିବରଣୀ ପ୍ରକାଶ କରିନାହାଁନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯାନ୍ତ୍ରିକ ସମସ୍ୟା ଦୁର୍ଘଟଣାର କାରଣ ହୋଇପାରେ। ରୁଷ ପ୍ରତିରକ୍ଷା ଅଧିକାରୀମାନେ ଏନେଇ କୌଣସି ବିବୃତି ପ୍ରଦାନ କରି ନାହାନ୍ତି। ଏହି ଘଟଣା ରୁଷର ସାମରିକ ପରିବହନ କାର୍ଯ୍ୟର ସୁରକ୍ଷା ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ




