ଜାତୀୟ

Rahul Gandhi: ଆସାମରେ ରାହୁଲ ଗାନ୍ଧୀଙ୍କୁ ‘ରାଜକୁମାର’ କହି କଟାକ୍ଷ କଲେ ‌ମୋଦୀ

ଆସାମ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ଦଳଗୁଡ଼ିକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି। ହେଭିୱେଟ୍‌ ନେତାମାନେ ତୁହାକୁ ତୁହା ନିର୍ବାଚନ ରାଲି କରି ଭୋଟରମାନଙ୍କ ମନ ଜିଣିବାପାଇଁ ଚେଷ୍ଟା ଚଳାଇଛନ୍ତି।

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ଦଳଗୁଡ଼ିକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି। ହେଭିୱେଟ୍‌ ନେତାମାନେ ତୁହାକୁ ତୁହା ନିର୍ବାଚନ ରାଲି କରି ଭୋଟରମାନଙ୍କ ମନ ଜିଣିବାପାଇଁ ଚେଷ୍ଟା ଚଳାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମରେ ନିର୍ବାଚନ ରାଲି କରି କଂଗ୍ରେସ ଏବଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦୀ ରାହୁଲ ଗାନ୍ଧୀଙ୍କୁ ‘ରାଜକୁମାର’ କହି କଟାକ୍ଷ କରିଛନ୍ତି ଏବଂ କଂଗ୍ରେସ ଦଳର ହାଟ-ଟ୍ରିକ ପରାଜୟ ହେବ ବୋଲି ଆକଳନ କରିଛନ୍ତି। ଗୋଗମୁଖରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ତାଙ୍କୁ ‘ ଆତ୍ମଘୋଷିତ ରାଜକୁମାର’ କହିଛନ୍ତି।

ମୋଦୀ କହିଛନ୍ତି, ଆସାମ ନିର୍ବାଚନ ତାରିଖ ଘୋଷଣା ପ‌ରେ ଏହା ମୋର ପ୍ରଥମ ସାର୍ବଜନୀନ ବୈଠକ। ମୋ ସାମ୍ନାରେ ଥିବା ସମୁଦ୍ର ଭଳି ଲୋକ, ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ, ଝିଅ ଏବଂ ଭଉଣୀମାନଙ୍କର ଆର୍ଶୀବାଦ ଏବଂ ଭଲପାଇବା ଦର୍ଶାଉଛି ଯେ ଚଳିତ ଥର ହାଟ ଟ୍ରିକ ନିଶ୍ଚିତ। ନିଜ ଆତ୍ମବିଶ୍ବାସକୁ ଦୋହରାଇ ‌ମୋଦୀ ଉଭୟ ତାଙ୍କ ନିର୍ବାଚନ ରେକର୍ଡ ଏବଂ ରାଜ୍ୟରେ ଦଳର ପ୍ରଦର୍ଶନକୁ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ସମସ୍ତଙ୍କର ଆର୍ଶୀବାଦ ସହ ମୁଁ ପ୍ରଧାନମନ୍ତ୍ରୀ ଭାବେ ହାଟ ଟ୍ରିକ୍‌ ହାସଲ କରିବାର ସୁଯୋଗ ପାଇଛି। ମୁଁ ଏଠାକୁ ତୃତୀୟ ଥର ପାଇଁ ଆସିଛି ଏବଂ ଆପଣମାନଙ୍କ ଆର୍ଶୀବାଦ ସହ ଆସାମରେ ସରକାର ମଧ୍ୟ ଏକ ହାଟ୍‌ ଟ୍ରିକ୍‌ ହାସଲ କରିବାକୁ ଯାଉଛନ୍ତି।

ରାଜ୍ୟ‌ରେ ଗତ ଦଶନ୍ଧିରେ ସୁଶାସନ ପାଇଁ ମୋଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି। ଆସାମ ବିକାଶ ଏବଂ ସ୍ଥିରତାର ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରିଛି ବୋଲି ସେ କହିଛନ୍ତି। ‌ମୋଦୀ କହିଛନ୍ତି, ପ୍ରଥମେ ସର୍ବାନନ୍ଦ ସୋନୱାଲ ଏବଂ ପରେ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ଆସାମ ଗତ ୧୦ ବର୍ଷ ମଧ୍ୟରେ ସୁଶାସନର ଏକ ନୂଆ ଯୁଗ ଦେଖୁଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button