Demand: ଇରାନର ଦାବି: ଆମେରିକୀୟ ପାଇଲଟ୍ଙ୍କୁ ବନ୍ଦୀ କରିଛୁ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସାମରିକ ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ଇରାନର ସରକାରୀ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ, ଇରାନର ପ୍ରତିରକ୍ଷା ବାହିନୀ ଆମେରିକାର ଏକ ଅତ୍ୟାଧୁନିକ..

ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସାମରିକ ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ଇରାନର ସରକାରୀ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ, ଇରାନର ପ୍ରତିରକ୍ଷା ବାହିନୀ ଆମେରିକାର ଏକ ଅତ୍ୟାଧୁନିକ ଏଫ୍-୩୫ ଷ୍ଟେଲଥ୍ ଯୁଦ୍ଧବିମାନକୁ ଖସାଇ ଦେଇଛି।
ଏହି ଦୁର୍ଘଟଣା ପରେ ବିମାନରୁ ପାରାଚ୍ୟୁଟ୍ ଯୋଗେ ବାହାରି ଆସିଥିବା ଆମେରିକୀୟ ପାଇଲଟଙ୍କୁ ଇରାନ ସେନା ବନ୍ଦୀ କରିଥିବା ସୂଚନା ମିଳିଛି। ଇରାନ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଏହି ଅତ୍ୟାଧୁନିକ ବିମାନକୁ ଚିହ୍ନଟ କରି କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ କରିଛି।
ଏହି ଖବର ପ୍ରସାରିତ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ତେବେ ଏହି ଦାବିକୁ ନେଇ ଏପର୍ଯ୍ୟନ୍ତ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ। କିଛି ସୂତ୍ର ଅନୁଯାୟୀ, ଆମେରିକା ନିଜର ସମସ୍ତ ବିମାନ ସୁରକ୍ଷିତ ଥିବା କହି ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ବିଶେଷଜ୍ଞଙ୍କ ମତରେ, ଯଦି ଏହି ଖବର ସତ୍ୟ ହୁଏ, ତେବେ ଏହା ଆମେରିକାର ସାମରିକ ପ୍ରତିଷ୍ଠା ପାଇଁ ଏକ ବଡ଼ ଧକ୍କା ହେବ ଏବଂ ଅଞ୍ଚଳରେ ଏକ ପୂର୍ଣ୍ଣକାଳୀନ ଯୁଦ୍ଧର ସୂତ୍ରପାତ କରିପାରେ।
ସୌଜନ୍ୟ ସମ୍ବାଦ




