ଖେଳ
World Para Archery Series: ବିଶ୍ବ ପାରା ତୀରନ୍ଦାଜି ସିରିଜ୍: ପାୟଲ-ଶୀତଲଙ୍କୁ ସ୍ବର୍ଣ୍ଣ
ଓଡ଼ିଆ ଝିଅ ପାୟଲ ନାଗ ବିଶ୍ବ ପାରା ତୀରନ୍ଦାଜି ସିରିଜ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେ ଓ ତାଙ୍କ ସାଥୀ କାଶ୍ମୀରର ଶୀତଲ ଦେବୀ ମହିଳା କମ୍ପାଉଣ୍ଡ୍ ଯୁଗଳରେ ଏହି ପଦକ ଜିତି ନେଇଛନ୍ତି।

ଭୁବନେଶ୍ବର: ଓଡ଼ିଆ ଝିଅ ପାୟଲ ନାଗ ବିଶ୍ବ ପାରା ତୀରନ୍ଦାଜି ସିରିଜ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେ ଓ ତାଙ୍କ ସାଥୀ କାଶ୍ମୀରର ଶୀତଲ ଦେବୀ ମହିଳା କମ୍ପାଉଣ୍ଡ୍ ଯୁଗଳରେ ଏହି ପଦକ ଜିତି ନେଇଛନ୍ତି। ବିଶ୍ବ ବିଜୟିନୀ ଶୀତଲଙ୍କ ବାହୁ ନଥିଲା ବେଳେ ପାୟଲ ଅଙ୍ଗବିହୀନ ତୀରନ୍ଦାଜ। ଏହି ଭାରତୀୟ ଯୋଡ଼ି ଶୁକ୍ରବାର ଫାଇନାଲ୍ରେ କାଜାଖସ୍ତାନ ଯୋଡ଼ିଙ୍କୁ ୧୫୦-୧୪୭ରେ ପରାସ୍ତ କରିଥିଲେ। ଉଭୟଙ୍କ ମଧ୍ୟରେ ଚମତ୍କାର ସମନ୍ବୟ ଓ ବୁଝାମଣା ଯୋଗୁଁ ଏହି ସ୍ବର୍ଣ୍ଣିମ ସଫଳତା ମିଳିଛି।
ଶନିବାର ଶୀତଲ ଓ ପାୟଲ ବ୍ୟକ୍ତଗତ ବର୍ଗର ଫାଇନାଲ୍ ଖେଳିବେ। ଏହି ସଫଳତା ଲାଗି ପାରା ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ଲାଗି ଶୁଭେଚ୍ଛା ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ



