Mesh Sankaranti ୨୦୨୬: ଏପ୍ରିଲ ୧୪ରେ ସୂର୍ଯ୍ୟ କରିବେ ରାଶି ପରିବର୍ତ୍ତନ, ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାମ

ସାଧାରଣତଃ ଲୋକେ ମେଷ ସଂକ୍ରାନ୍ତିକୁ କେବଳ ଏକ ସଂକ୍ରାନ୍ତି ଭାବରେ ନୁହେଁ ବରଂ ଏହି ଦିନକୁ ନୂଆ ଆରମ୍ଭ ଭାବରେ ମଧ୍ୟ ବିଶ୍ବାସ କରନ୍ତି। କାରଣ ସୂର୍ଯ୍ୟ ଏହି ଦିନଠାରୁ ହିଁ ଗୋଟିଏ ପରେ ଗୋଟିଏ ସବୁ ରାଶିରେ ପ୍ରବେଶ କରନ୍ତି। ଏହି କାରଣରୁ ଅନେକ ସ୍ଥାନରେ ଏହାକୁ ନୂଆବର୍ଷ ସହ ଯୋଡ଼ାଯାଏ।

ନୂଆଦିଲ୍ଲୀ: ହିନ୍ଦୁ ପରମ୍ପରାରେ ଏପ୍ରିଲ ମାସରେ ପଡ଼ୁଥିବା ମେଷ ସଂକ୍ରାନ୍ତିର ଖୁବ୍ ବିଶେଷତ୍ବ ରହିଛି । ଏହିଦିନ ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷରେ ସୂର୍ଯ୍ୟଙ୍କ ପ୍ରବେଶକୁ ଖୁବ୍ ମଜଭୁତ ବୋଲି ବିଶ୍ବାସ କରାଯାଏ। ଏହା ଶୁଭ ମଧ୍ୟ ହୋଇଥାଏ। ଖାଲି ସେତିକି ନୁହେଁ ସାଧାରଣତଃ ଲୋକେ ଏହାକୁ କେବଳ ସଂକ୍ରାନ୍ତି ଭାବରେ ନୁହେଁ ବରଂ ଏହି ଦିନକୁ ନୂଆ ଆରମ୍ଭ ଭାବରେ ମଧ୍ୟ ବିଶ୍ବାସ କରନ୍ତି। କାରଣ ସୂର୍ଯ୍ୟ ଏହି ଦିନଠାରୁ ହିଁ ଗୋଟିଏ ପରେ ଗୋଟିଏ ସବୁ ରାଶିରେ ପ୍ରବେଶ କରନ୍ତି। ଏହି କାରଣରୁ ଅନେକ ସ୍ଥାନରେ ଏହାକୁ ନୂଆବର୍ଷ ସହ ଯୋଡ଼ାଯାଏ।

ଦେଶର ଭିନ୍ନ- ଭିନ୍ନ ସ୍ଥାନରେ ଏହି ଦିନର ରହିଛି ଭିନ୍ନ ନାଁ

ଓଡ଼ିଶାରେ ମେଷ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବରେ ପାଳନ କରାଯାଏ। ଏହିଦିନ ଓଡ଼ିଆ ନବର୍ଷର ମଧ୍ୟ ପାଳନ କରାଯାଏ। ସେହିଭଳି କେରଳରେ ବିଷୁ ଭାବରେ ପାଳନ କରାଯାଏ। ତାମିଲନାଡୁରେ ପୁନ୍ଥଡୁ, ଆସାମରେ ବିହୁ ଏବଂ ପଞ୍ଜାବରେ ବୈଶାଖୀ ଭାବରେ ଏହାକୁ ପାଳନ କରାଯାଏ। ନାଁ ଭିନ୍ନ ହେଲେ ବି ମାନ୍ୟତା ଏବଂ ମାହାତ୍ମ୍ୟ ଗୋଟିଏ ପ୍ରକାର- ନୂଆ ଆରମ୍ଭ ଏବଂ ଶୁଭ କାମ। ଏଥର ମେଷ ସଂକ୍ରାନ୍ତି ଏଥିପାଇଁ ଖାସ୍ କାରଣ ଏହି ଦିନ ଖରମାସ ଶେଷ ହେଉଛି।

 

କରନ୍ତୁ ଏହି କାମ

ଏହି ଦିନ କ’ଣ କରିବା ଦରକାର, ଏହାକୁ ନେଇ ମଧ୍ୟ କିଛି ପରମ୍ପରା ରହିଛି। ଯେପରିକି ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା। ଅନେକ ଲୋକ ଏହି ସମୟରେ ମନ୍ତ୍ର ପଢ଼ିଥାନ୍ତି କିମ୍ବା ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଥାନ୍ତି। ଏସବୁ କରିବା ଦ୍ବାରା ଜୀବନରେ ଶକ୍ତି ବଜାୟ ରହିବ ଏବଂ କାମରେ ଅସୁବିଧା ହେବନାହିଁ। ଏହା ବ୍ୟତୀତ ଏହି ଦିନ ଦାନ କରିବା ମଧ୍ୟ ବେଶ୍ ଭଲ ହୋଇଥାଏ। ଲୋକେ ନିଜ ସାମର୍ଥ୍ୟ ହିସାବରେ ଚାଉଳ, କପଡ଼ା କିମ୍ବା ଦୈନନ୍ଦିନ ସାମଗ୍ରୀ ଆବଶ୍ୟକ ଥିବା ଲୋକଙ୍କୁ ଦାନ କରିଥାନ୍ତି।

ସୌଜନ୍ୟ Prameya News7