ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଅବରୋଧ କରିବାକୁ ଧମକ ଦେଇଛନ୍ତି। ଏହି କଟକଣା ଆଜି ରାତିରୁ ଆରମ୍ଭ ହୋଇଯିବ। ଏହି ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥରେ ୧୫ଟି ଭାରତୀୟ ପତାକା ଲାଗିଥିବା ଜାହାଜ ପସିରହିଛି ବୋଲି ଜାହାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମୁକେଶ ମଙ୍ଗଳ ସୂଚନା ଦେଇଛନ୍ତି। ପୂର୍ବରୁ ଦୁଇଟି ଜାହାଜ ଗ୍ରିନ ଆଶା ଓ ଜଗ ବିକ୍ରମ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିଲା। ଗ୍ରିନ ଆଶା ମୁମ୍ବାଇ ବନ୍ଦରରେ ଆସି ଲାଗିଛି। ଜଗ ବିକ୍ରମ ଆସନ୍ତାକାଲି ପହଞ୍ଚିବା ଆଶା କରାଯାଉଛି। ଆମେରିକା କରିବାକୁ ଯାଉଥିବା ଅବରୋଧ ଦ୍ବାରା ସବୁ ପ୍ରକାର ଜାହାଜ ପ୍ରଭାବିତ ହେବେ। ସାଧାରଣତଃ ତୈଳ କମ୍ପାନିଗୁଡ଼ିକ ଉଭୟ ଭାରତୀୟ ପତାକା ଲାଗିଥିବା ଓ ବିଦେଶୀ ପତାକା ଲାଗିଥିବା ଜାହାଜ ଜରିଆରେ ଅଶୋଧିତ ତେଲ ମଗାଇଥାନ୍ତି। ତେଣୁ ଆମେରିକା ସେନା କେଉଁ ଜାହାଜଗୁଡ଼ିକୁ ଅଟକାଇ ତାହା ଜଣାପଡ଼ିନାହିଁ।

