Muzarabani: ଚୁକ୍ତି ନ କରି ଚୁକ୍ତିଭଙ୍ଗ ଆରୋପ

କୋଲକାତା: ଜିମ୍ବାଓ୍ବେ ଦ୍ରୁତ ବୋଲର୍ ବ୍ଲେସିଂ ମୁଜରବାନିଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛି ପିଏସ୍ଏଲ୍। କାରଣ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଜଣେ ଅଧିକାରୀ ସ୍ବୀକାର କରିଛନ୍ତି ଯେ ମୁଜରବାନିଙ୍କ ସହ କୌଣସି ଲିଖିତ ଚୁକ୍ତି ସ୍ବାକ୍ଷରିତ ହୋଇନଥିଲା। କେବଳ ଫୋନ୍ରେ କଥାବାର୍ତ୍ତା ମାଧ୍ୟମରେ ସହମତି ହୋଇଥିଲା। କିନ୍ତୁ ବାସନ୍ଦ ପ୍ରସଙ୍ଗରେ ପିସିବି କାଏମ ରହିଛି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୁଜରବାନି ଓ ପିଏସଏଲ୍ ଫ୍ରାଞ୍ଚାଇଜି ଇସ୍ଲାମାବାଦ ୟୁନାଇଟେଡ୍ ମଧ୍ୟରେ କୌଣସି ଲିଖିତ ଚୁକ୍ତି ସ୍ବାକ୍ଷର ହୋଇନଥିଲା। କେବଳ ଟେଲିଫୋନ ଆଲୋଚନା ଓ ଇମେଲ୍ ଯୋଗାଯୋଗ ମାଧ୍ୟମରେ ସେ ଖେଳିବାକୁ ସହମତ ହୋଇଥିଲେ। ଏହା ସହିତ ପାଉଣା ସଂପର୍କରେ ବି ସହମତି ହୋଇଥିଲା ବୋଲି ଜଣେ ପିସିବି ଅଧିକାରୀ ସ୍ବୀକାର କରିଛନ୍ତି। କୌଣସି ଲିଖିତ ଚୁକ୍ତି ନ ଥିଲେ ବି ଏହାକୁ ଏକ ଚୁକ୍ତି ବୋଲି ଧରାଯିବ। ଏଣୁ ତାଙ୍କ ଉପରେ ଲାଗୁ ବାସନ୍ଦ ଉଚିତ ନିଷ୍ପତ୍ତି ଥିଲା।
ସୂଚନାଯୋଗ୍ୟ ଯେ ମୁଜରବାନିପିଏସଏଲ୍ରେ ଇସ୍ଲାମାବାଦ ୟୁନାଇଟେଡ୍ ପାଇଁ ଖେଳିବାକୁ ରାଜି ହୋଇଥିଲେ ବି ପରେ ପିଏସଏଲ୍କୁ ତ୍ୟାଗ କରି କେକେଆରରେ ସାମିଲ ହୋଇଯାଇଥିଲେ। ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ତାଙ୍କ ତରଫରୁ କୌଣସି ବୟାନ ଜାରି କରାଯାଇନାହିଁ।
ସୌଜନ୍ୟ ସମ୍ବାଦ




