ଜାତୀୟ

Tsunami: ଜାପାନରେ ୭.୪ ତୀବ୍ରତାଯୁକ୍ତ ଭୂମିକମ୍ପ: ସୁନାମି ସତର୍କତା ଜାରି

ଟୋକିଓ: ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ମାପ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ସାନରିକୁ ଉପକୂଳରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଥିବାବେଳେ ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୦ କିଲୋମିଟର ଗଭୀରରେ ଥିବା ଆକଳନ କରାଯାଇଛି। ଭୂମିକମ୍ପ ପରେ ଜାପାନରେ ହାଇ ଆଲର୍ଟ ଜାରି କରାଯାଇଛି। ଜାପାନ ପାଣିପାଗ ସଂସ୍ଥା କହିଛି, ହୋକାଇଡୋ ଏବଂ ଇୱାଟେ ପାଇଁ ପ୍ରଳୟଙ୍କରୀ ସମୁଦ୍ର ଜୁଆର ସୁନାମି ଚେତାବନୀ ଜାରି କରାଯାଇଛି। ଉଭୟ ଅଞ୍ଚଳରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।

ସାର୍ବଜନୀନ ପ୍ରସାରକ ଏନ୍‌ଏଚ୍‌କେ କହିଛି, ପାଣିପାଗ ବିଜ୍ଞାନୀମାନେ ଜାପାନର ମୁଖ୍ୟ ଦ୍ୱୀପର ଉତ୍ତର ଭାଗରେ ଅବସ୍ଥିତ ଆଓମୋରି ପ୍ରିଫେକ୍ଚରର ଉପକୂଳରୁ ୫୦ କିଲୋମିଟର ଦୂରରେ ସୁନାମି ଆକଳନ କରିଛନ୍ତି। ସୁନାମି ସତର୍କତା ପରେ, ସମୁଦ୍ରରେ ଥିବା ଜାହାଜଗୁଡ଼ିକୁ କୂଳକୁ ଆସିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପକ୍ଷରେ, ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ପରେ ପରମାଣୁ ଶକ୍ତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସ୍ଥାନୀୟ ବୈଜ୍ଞାନିକମାନେ ଓନାଗାୱା ପରମାଣୁ ଶକ୍ତି କେନ୍ଦ୍ରରେ କୌଣସି ଅସ୍ୱାଭାବିକତା ଯାଞ୍ଚ୍ କରୁଥିବା ଜଣାପଡ଼ିଛି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ଏବଂ ଏହି ସଙ୍କଟ ସମୟରେ ନାଗରିକମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

 

Show More
Back to top button