ଦୁମକା: ଝାଡ଼ଖଣ୍ଡର ଦୁମକାସ୍ଥିତ ସବୁଠାରୁ ବଡ଼ ସରକାରୀ ଡାକ୍ତରଖାନା ପିଜେଏମସିଏଚରେ ଭର୍ତ୍ତି ହୋଇଥିବା ଅନେକ ବୃଦ୍ଧଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତିରେ ରହିଛି। ପିତାମାତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ପିଲାମାନେ ଆଉ କୌଣସି ପ୍ରକାର ଯୋଗାଯୋଗ ରଖି ନାହାନ୍ତି। ହସ୍ପିଟାଲରେ ଭର୍ତ୍ତିଥିବା ଏପରି ଅନେକ ପିତାମାତା ପ୍ରତିଦିନ ସକାଳୁ ରାତିଯାଏ ସେମାନଙ୍କ ପୁଅଝିଅ/ ପ୍ରିୟଜନକଙ୍କ ଆସିବାର ବାଟକୁ ଅପେକ୍ଷା କରି ରହିଛନ୍ତି। ଏ ଅପେକ୍ଷା ସେମାନଙ୍କର କେବେ ଶେଷ ହେବ ତାହା ସେହି ଈଶ୍ବରଙ୍କୁ ହିଁ ଜଣା।
ଦୁମକାସ୍ଥିତ ପିଜେଏମସିଏଚର ଅଧୀକ୍ଷକ ରୁବେନ ହେମ୍ବ୍ରମ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଡାକ୍ତରଖାନାରେ ଅନେକ ପରିତ୍ୟକ୍ତ ବୃଦ୍ଧବୃଦ୍ଧା ଅଛନ୍ତି। ସେମାନଙ୍କୁ ଖାଦ୍ୟ, ପାନୀୟ ଓ ଔଷଧ ହସ୍ପିଟାଲ ଦ୍ୱାରା ହିଁ ଯୋଗାଇ ଦିଆଯାଉଛି। ଏହି ବୃଦ୍ଧମାନଙ୍କୁ ସେମାନଙ୍କ ପୁଅ/ଝିଅ ଏବଂ ସମ୍ପର୍କୀୟମାନେ ଚିକିତ୍ସା ବାହାନାରେ ଡାକ୍ତରଖାନାରେ ଭର୍ତ୍ତି କରି ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଛନ୍ତି।
ହସ୍ପିଟାଲରେ ଭର୍ତ୍ତିଥିବା ସମୟରେ ଅନେକ ବୃଦ୍ଧ ବ୍ୟକ୍ତି ସେମାନଙ୍କର ସ୍ମୃତିଶକ୍ତି ହରାଇ ଦେଇଛନ୍ତି। ଯାହାଫଳରେ ସେମାନେ ନିଜ ଘର ଠିକଣା କହି ପାରୁ ନାହାନ୍ତି କି ଘରକୁ ଫେରି ପାରୁନାହାଁନ୍ତି । ହସ୍ପିଟାଲ ପରିଚାଳନା କହୁଛି ଯେ ଏହି ବୃଦ୍ଧାମାନଙ୍କ ସମ୍ପର୍କୀୟମାନେ ଜାଣିଶୁଣି ଭର୍ତ୍ତି ସମୟରେ ଭୁଲ ମୋବାଇଲ୍ ନମ୍ବର ଏବଂ ଠିକଣା ପ୍ରଦାନ କରିଛନ୍ତି। ଯାହାଫଳରେ ସେମାନଙ୍କ ସହିତ ଯୋଗାଯୋଗ କରାଯାଇ ପାରିବ ନାହିଁ।
ସୌଜନ୍ୟ ସମ୍ବାଦ

