Saudi Arabia: ସାଉଦି ଆରବର ପଛଘୁଞ୍ଚା, ସୁଦାନ ସହ ପାକିସ୍ତାନର ୧.୫ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ଅଧାରେ ଅଟକିଲା

ରିୟାଦ/ଇସଲାମାବାଦ: ସାଉଦି ଆରବର ଅନୁରୋଧ ଏବଂ ଆର୍ଥିକ ସହାୟତା ପ୍ରତ୍ୟାହାର ପରେ ସୁଦାନକୁ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ କରିଥିବା ୧.୫ ବିଲିୟନ ଡଲାରର (ପ୍ରାୟ ୧୨,୫୦୦ କୋଟି ଟଙ୍କା) ଏକ ବୃହତ ଚୁକ୍ତି ବର୍ତ୍ତମାନ ସ୍ଥଗିତ ହୋଇଯାଇଛି। ସୁଦାନ ସେନା ଓ ପାରାମିଲିଟାରୀ ”ରାପିଡ୍ ସପୋର୍ଟ ଫୋର୍ସ” (ଆରଏସଏଫ୍) ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ ଯୋଗୁଁ ସୃଷ୍ଟ ମାନବିକ ସଙ୍କଟ ମଧ୍ୟରେ ସାଉଦି ଆରବ ଏହି କ୍ରୟ ପାଇଁ ପାଣ୍ଠି ଯୋଗାଇବାକୁ ମନା କରିବା ସହ ଚୁକ୍ତି ବାତିଲ କରିବାକୁ ସଙ୍କେତ ଦେଇଛି। ଏହି ପଦକ୍ଷେପ ପାକିସ୍ତାନର ପ୍ରତିରକ୍ଷା ରପ୍ତାନି ଯୋଜନାକୁ ଏକ ଶକ୍ତ ଧକ୍କା ଦେଇଥିବା ବେଳେ ଆଫ୍ରିକା ଓ ପଶ୍ଚିମ ଏସିଆର କୂଟନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଆଣିଛି।

ସୌଜନ୍ୟ ସମ୍ବାଦ