SDPO Nayagada ‘ଫେଭର ମାଗି’ ବଦଳିଲେ ଖଣ୍ଡପଡ଼ାର ଏସଡିପିଓ

ନୟାଗଡ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ପ୍ରତିଉପକାର (ଫେଭର) ମାଗି ବିବାଦ ଘେରକୁ ଆସିଥିବା ଏସ୍‌ଡିପିଓ ‌ମଦନ ମୋହନ ପ୍ରଧାନଙ୍କ ବିରୋଧରେ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

SDPO1
Accused SDPO

ବିବାଦୀୟ ଅଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ଏସ୍‌ପି ଏସ୍‌ ସୁଶ୍ରୀ। ଫତେଗଡ ଥାନା ଅଞ୍ଚଳର ଜଣେ ମହିଳା ସପୃକ୍ତ ପୁଲିସ ବାବୁଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ। ଅସଦାଚରଣ ସହ ହୋଟେଲକୁ ରାତି ବିତାଇବାକୁ ଡାକୁଥିବା ନେଇ ଅଭିଯୋଗ କରିଥିଲେ । ଯାହାର ଅଡିଓ ରେକଡିଂ ଭାଇରାଲ ହୋଇଥିଲା ।

ପୁଲିସ ଡିଜିଙ୍କୁ ମହିଳା ଜଣକ ଅଭିଯୋଗ କରିବା ହାଇକୋର୍ଟ, ମାନବାଧିକାର କମିସନର, ମହିଳା କମିସନର ଓ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ମେସେଞ୍ଜରରେ ମଧ୍ୟ ରସିକିଆ ବାବୁ ମେସେଜ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କାର୍ୟ୍ୟାନୁଷ୍ଠାନ କରାଯାଇଥିବା କୁହାଯାଉଥିବା ବେଳେ ନୟାଗଡ଼ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଏସ୍‌ଡିପିଓ ସୁଦୀପ୍ତ କୁମାର ସାହୁଙ୍କୁ ଖଣ୍ଡପଡ଼ା ଦାୟିତ୍ବ ଦିଆଯାଇଛି । ଅପରପକ୍ଷରେ, ଆଜି ନୟାଗଡ଼ ଏସ୍ପିଙ୍କୁ ସମ୍ପୃକ୍ତ ଅଧିକାରୀ ଜଣକ ଛୁଟି ଦରଖାସ୍ତ ଦେଇ ଫୋନ୍‌ ସୁଇଚ୍‌ ଅଫ କରିବା ଏବଂ ଜିଲ୍ଲା ବାହାରକୁ ଚାଲିଯାଇଥିବା ଯୋଗୁଁ ନାନା ସନ୍ଦେହ ପ୍ରକାଶ ପାଇଛି।

ସୌଜନ୍ୟ ସମ୍ବାଦ