ଅଫିସ୍ ଡେସ୍କରେ କେଉଁ ଦିଗରେ ରଖୁଛନ୍ତି ମନିପ୍ଲାଣ୍ଟ ? ସାବଧାନ୍ ଗୋଟିଏ ଭୁଲ୍ କ୍ୟାରିଅର ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ ୨୪।୦୪: ବାସ୍ତୁ ଶାସ୍ତ୍ରରେ ମନିପ୍ଲାଣ୍ଟକୁ ଏନର୍ଜି ପ୍ଲାଣ୍ଟ କୁହାଯାଏ। ଏହା ଘରର ସୁନ୍ଦରତା ବଢାଇବା ସହ ସକାରାତ୍ମକ ଉର୍ଜାକୁ ଆକର୍ଷିତ କରେ। ଏହାକୁ ଘର ସହ ଅଫିସ ଡେସ୍କରେ କିଛି ଲୋକ ରଖିବା ପାଇଁ ପସନ୍ଦ କରନ୍ତି। ତେବେ ଏହାକୁ ଭୁଲ୍ ଦିଗରେ ରଖିଲେ ଏହାର ଖରାପ ପରିଣାମ ଭୋଗିବାକୁ ପଡେ। ତେବେ ଜାଣନ୍ତୁ ଅଫିସ ଡେସ୍କରେ କେଉଁ ଦିଗରେ ମନିପ୍ଲାଣ୍ଟ ରଖିଲେ ମିଳିବ ୨ ଗୁଣା ଫାଇଦା?

ନକାରାତ୍ମକ ଶକ୍ତିକୁ କମ୍ କରେ ମନିପ୍ଲାଣ୍ଟ

ବାସ୍ତୁ ଶାସ୍ତ୍ର ଅନୁସାରେ ଅଫିସ୍ ଡେସ୍କରେ ମନିପ୍ଲାଣ୍ଟ ରଖିବା ଶୁଭ ହୋଇଥାଏ। ଅଫିସରେ ବହୁ ସମୟରେ କର୍ମଚାରୀମାନେ ଚାପଗ୍ରସ୍ତ ରୁହନ୍ତି। ଏମିତିରେ ମନିପ୍ଲାଣ୍ଟ ଆମ ଚାରିପାଖକୁ ସକାରାତ୍ମକ କରେ। ସବୁଜ ରଙ୍ଗ ପାଇଁ ମନକୁ ଶାନ୍ତି ମିଳେ। କାମରେ ଫୋକସ୍ କରିବାକୁ ଇଚ୍ଛା ହୁଏ। ଏହା ଷ୍ଟ୍ରେସ୍ ବୁଷ୍ଟର ଭଳି କାମ କରେ।

କ୍ୟାରିଅରରେ ଗ୍ରୋଥ୍

ମନିପ୍ଲାଣ୍ଟ ଉପରକୁ ବଢିବା ଅର୍ଥ ଉନ୍ନତିର ସଙ୍କେତ। ଯଦି ଆପଣଙ୍କ ଡେସ୍କରେ ଲାଗିଥିବା ମନିପ୍ଲାଣ୍ଟର ଭଲ ଗ୍ରୋଥ୍ ଥାଏ, ତାହେଲେ ଏହାର ଅର୍ଥ ଆପଣଙ୍କ କ୍ୟାରିଅରରେ ଗ୍ରୋଥ୍ ହେବ। ଏହି ଗଛ ଶୁକ୍ର ଗ୍ରହକୁ ମଜବୁତ କରେ। ଅର୍ଥାଭାବକୁ ଦୂର କରେ। ସୁଖ-ସମୃଦ୍ଧି ଆଣେ।

ମନିପ୍ଲାଣ୍ଟ ରଖିବାର ଠିକ୍ ଦିଗ

ନିୟମ ଅନୁଯାୟୀ, ମନି ପ୍ଲାଣ୍ଟକୁ ଠିକ୍ ଦିଗରେ ରଖିବା ନିହାତି ଜରୁରୀ। ଏହାକୁ ସର୍ବଦା ଦକ୍ଷିଣ -ପୂର୍ବ ଦିଗରେ ରଖିବା ଉଚିତ୍। ଏହି ଦିଗକୁ ବାସ୍ତୁରେ ଆଗ୍ନେୟ କୋଣ କୁହାଯାଏ। ଯାହାକି ସୁଖ-ସମୃଦ୍ଧି ସହ ଜଡ଼ିତ। ଏହି ଗଛକୁ ଉତ୍ତର-ପୂର୍ବ ଦିଗରେ ରଖିବା ଅନୁଚିତ୍। ଭୁଲ୍ ଦିଗରେ ରଖିବା ଦ୍ଵାରା ଅର୍ଥାଭାବର ସମସ୍ୟା ସୃଷ୍ଟି ହୁଏ।

ଏହି ଭୁଲ୍ କରନ୍ତୁ ନାହିଁ

ମନିପ୍ଲାଣ୍ଟରେ ଥିବା ଶୁଖିଲା ଏବଂ ହଳଦିଆ ପତ୍ରକୁ ତୁରନ୍ତ କାଢି ଦିଅନ୍ତୁ। ଏହା ଅଧିକ ସମୟ ଯାଏଁ ଗଛରେ ଲାଗି ରହିଲେ ପଜିଟିଭ୍ ଏନର୍ଜିକୁ ନଷ୍ଟ କରିଦେବ। ଏହା ସହ ଗଛ ଯେମିତି ତଳକୁ ନଝୁଲିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ। ଏତଦ୍ ବ୍ୟତୀତ ଗଛରେ ଥିବା ପାଣିକୁ ସବୁବେଳେ ପରିବର୍ତ୍ତନ କରିବା ଜରୁରୀ। ଏଥିରେ ଥିବା ପାଣି ନଷ୍ଟ ହୋଇଗଲେ ଏହା କ୍ୟାରିଅର ଗ୍ରୋଥ୍ କୁ ଅଟକାଏ। ମନିପ୍ଲାଣ୍ଟକୁ ବାସ୍ତୁ ଜଗତର ହିରୋ କୁହାଯାଏ। ଯଦି ଆପଣ ପ୍ରଫେସନାଲ ଲାଇଫରେ ଗ୍ରୋଥ୍ ଚାହୁଁଛନ୍ତି ତେବେ ମନିପ୍ଲାଣ୍ଟ ରଖିବା ଆପଣଙ୍କ ପାଇଁ ଭଲ ଅପ୍ସନ।

ସୌଜନ୍ୟ Prameya News7