Kerala Exit Polls 2026 Results: ବାମ ପନ୍ଥୀର ଶେଷ ଗଡ଼ କେରଳ ଦଖଲ କରିବ ୟୁଡିଏଫ୍, ଫିକା ପଡ଼ିବ ଏନ୍‌ଡିଏ ଶୋ’

Kerala Exit Polls 2026 Results: ମେ ୪ ତାରିଖରେ୫ ରାଜ୍ୟର ଭୋଟ ଗଣତି ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ୍ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ କହୁଛି, ବାମ ପନ୍ଥୀଙ୍କ ଶେଷ ଗଡ଼ କେରଳକୁ ଏଥର କବ୍ଜା କରିବ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (UDF)

କେରଳରେ ଦଶନ୍ଧୀ ଥରି ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ(ଏଲଡିଏଫ୍‌) ସରକାର ରହିଛି। ପିନରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ଅଛନ୍ତି। ହେଲେ ଏଥର ତାଙ୍କ ଶାସନ ଯିବ ଓ ୟୁଡିଏଫ୍ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି। ସେପଟେ ବିଜେପି ରାଜ୍ୟ ଜିତିବାକୁ ଯଥାସାଧ୍ୟ ଚେଷ୍ଟା କରିଥିବା ବେଳେ ତଥାପି ସେତେଟା ପ୍ରଭାବ ପକାଇ ନପାରେ ବୋଲି ରିପୋର୍ଟ କହୁଛି।

ଆସନ୍ତୁ କେଉଁ ସଂସ୍ଥାର ଏକଜିଟ ପୋଲ କ’ଣ କହୁଛି ଜାଣିବା ?

କେରଳର ମୋଟ ବିଧାନସଭା ଆସନ ସଂଖ୍ୟା ୧୪୦
ସରକାର ଗଠନ କରିବାକୁ ହେଲେ ମ୍ୟାଜିକ ନମ୍ବର -୭୧

ମାଟ୍ରିଜ୍ (Matrize)

ୟୁଡିଏଫ୍ ୭୦-୭୫ ସିଟ ଜିତିବ
ଏଲଡିଏପ୍ ୬୦-୬୫ ସିଟ ଜିତିବ
ଏନଡିଏ ଏ ୩-୫ ସିଟି ହାତେଇବ

ପିପୁଲ୍ସ ପଲ୍ସ (People’s Pulse)
ୟୁଡିଏଫ୍ ୭୫-୮୫ ଆସନ ଜିତିବ
ଏଲଡିଏଫ୍ ୫୫-୬୫ ଆସନ ଜିତିବ
ଏନଡିଏ ୦-୩ ଆସନ ଜିତିବ
ଆକ୍ସିସ ମାଇ ଇଣ୍ଡିଆ (Axis My India)
ୟୁଡିଏଫ୍ ୭୦-୯୦
ଏଲଡିଏଏଫ୍ ୪୯-୬୨
ଏନଡିଏ ୦-୩

 

ପି ମାର୍କ (P-Marq)

ୟୁଡିଏଫ୍ ୭୧-୭୯ ଆସନ
ଏଲଡିଏଫ୍ ୬୨-୬୯ ଆସନ
ଏନଡିଏ ୧-୪ ଆସନ
ଅନ୍ୟ ୦-୩
ସରକାର ଗଠନ ପାଇଁ ବହୁମତ ଅଙ୍କ ହେଉଛି ୭୧। ଏକଜିଟ୍ ପୋଲର ସର୍ଭେ ଅନୁଯାୟୀ, ୟୁଡିଏଫ୍ ୭୭, ଏଲଡିଏଫ୍ ୬୦, ଏନଡିଏ ୨ ଏବଂ ଅନ୍ୟାନ୍ୟ ଦଳ ୧ ଆସନ ପାଇପାରନ୍ତି।

 

 

 

 

ସୌଜନ୍ୟ Prameya News7