Election: ଭବାନୀପୁର ଆସନ ବଞ୍ଚାଇପାରିଲେନି ମମତା; ଶୁଭେନ୍ଦୁଙ୍କ ହାତରେ ହାରିଗଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବଡ଼ ବିପର୍ଯ୍ୟୟ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୧୭୭ଟି ଆସନରେ ବିଜୟୀ ହୋଇଛି ଏବଂ ୩୧ଟି ଆସନରେ ଆଗୁଆ ରହିଛି।
ଭବାନୀପୁରରେ ବିଜୟ ହାସଲ କଲା ପରେ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ମମତା ବାନାର୍ଜୀଙ୍କୁ ହରାଇବାର ଜରୁରୀ ଥିଲା। ୨୦୨୧ରେ ମୋଠାରୁ ନନ୍ଦିଗ୍ରାମରେ ହାରିଥିଲେ ମମତା ବାନାର୍ଜୀ। ମୁସଲମାନମାନେ ମମତା ବାନାର୍ଜୀଙ୍କୁ ଭୋଟି ଦେଇଛନ୍ତି। ହିନ୍ଦୁ, ଶିଖ, ଜୈନମାନେ ମୋତେ ଭୋଟ ଦେଇ ବିଜୟୀ କରିଛନ୍ତି। ଆଜିର ଗଣତି ପ୍ରକ୍ରିୟାର ୧୫ ରାଉଣ୍ଡ ପର୍ଯ୍ୟନ୍ତ ମମତା ବାନାର୍ଜୀ ଆଗୁଆ ଥିଲେ। ୧୬ତମ ରାଉଣ୍ଡରେ ମୁ ଅଗ୍ରଣୀ ରହିଲି। ଶେଷରେ ମୁଁ ଏହି ନିର୍ବାଚନରେ ବିଜୟୀ ହୋଇଛି। ସୂଚନାଯୋଗ୍ୟ, ଶୁଭେନ୍ଦୁ ଅଧିକାରୀ ୧୫,୧୧୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଶୁଭେନ୍ଦୁଙ୍କ ପାଇଁ ପ୍ରାୟ ୩୦୦ ବିଜେପି କର୍ମୀ ପ୍ରଚାର କରିଥିଲେ।
/filters:format(webp)/sambad/media/media_files/2026/05/04/new-project-2026-05-04-21-12-30.jpg)
ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ଣରେ ମମତା ବାନାର୍ଜୀ ଯେତେବେଳେ ପଛୁଆ ଥିଲେ, ସେ କହିଥିଲେ, ଅନ୍ତିମ ରାଉଣ୍ଡର ଗଣତିରେ ମୁଁ ବିଜୟୀ ହେବ। କିନ୍ତୁ ନିର୍ବାଚନରେ ପରାଜିତ ହେଲା ପରେ ସେ ବିଭିନ୍ନ ଅଭିଯୋଗ ଆଣିଛନ୍ତି।
ସୌଜନ୍ୟ ସମ୍ବାଦ




