ଦେଶ ବିଦେଶ

Temple politics: କାଳ ହେଉଛି ମନ୍ଦିର ରାଜନୀତି: ଅଯୋଧ୍ୟା, ପୁରୀ ଓ ଦୀଘାରୁ ମିଳିଲା ଶିକ୍ଷା

କୋଲକାତା/ଭୁବନେଶ୍ବର: ଭାରତରେ ମନ୍ଦିରକୁ ନେଇ ରାଜନୀତି କରାଯାଏ। କିନ୍ତୁ ସବୁ ସମୟରେ ଏହା ସଫଳ ହୁଏ ନାହିଁ। ଗତ ପ୍ରାୟ ୨ ବର୍ଷ ମଧ୍ୟରେ ଦେଶର ୩ଟି ପ୍ରମୁଖ ରାଜ୍ୟ ଓ ସ୍ଥାନରେ ହୋଇଥିବା ନିର୍ବାଚନ ଫଳାଫଳକୁ ବିଶ୍ଳେଷଣ କଲେ ଏହି ଚିତ୍ର ସାମନାକୁ ଆସିଛି। ମନ୍ଦିର ରାଜନୀତି କ୍ଷମତାରେ ଥିବା ଦଳ ଓ ବ୍ୟକ୍ତିଙ୍କ ପାଇଁ କାଳ ହେଉଛି। ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ ଓ ଓଡ଼ିଶାରେ ମନ୍ଦିରକୁ ନେଇ ରାଜନୀତି କରିଥିବା ଦଳ ଏହାର କୁପରିଣାମ ଭୋଗିଥିବାବେଳେ ଆଜି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ମଧ୍ୟ ସମାନ ଅବସ୍ଥା ହୋଇଛି। ଏଠାରେ ମନେ ପକାଇ ଦିଆଯାଇ ପାରେ ଯେ ୨୦୨୪ ଜାନୁଆରି ୨୨ରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ମୋଦୀ ସରକାର ବହୁ ଆଡ଼ମ୍ବରରେ କରିଥିଲେ। କିନ୍ତୁ ଏହା ପରେ ଏପ୍ରିଲରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ଓ ଏନଡିଏ ସାଂସଦ ସଂଖ୍ୟା ୩୬କୁ କମିଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଫୈଜାବାଦ ଲୋକସଭା ଆସନ, ଯାହା ଅଧୀନରେ ଅଯୋଧ୍ୟା ରାମମନ୍ଦିର ରହିଛି ସେଠାରେ ମଧ୍ୟ ବିଜେପି ପ୍ରାର୍ଥୀ ପରାଜିତ ହୋଇଥିଲେ। ଦେଶରେ ୪୦୦ରୁ ଅଧିକ ଆସନ ପାଇବାକୁ ଆଶା ରଖି ଅବ୍‌ କୀ ବାର୍‌ ୪୦୦ ପାର୍‌ ସ୍ଲୋଗାନ ଦେଉଥିବା ବିଜେପିକୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଏହି ଦଳର ଆସନ ସଂଖ୍ୟା ୨୪୦ରେ ସୀମିତ ରହିଯାଇଥିଲା।

ସୌଜନ୍ୟ ସମ୍ବାଦ

Show More
Back to top button