Bengal : ପଶ୍ଚିମବଙ୍ଗରେ ସରକାରୀ ଫାଇଲ ଉପରେ ଲାଗିଲା ପହରା: ନିର୍ଦ୍ଦେଶ ଜାରି କଲେ ମୁଖ୍ୟ ଶାସନ ସଚିବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବିଜେପି ଏକ ବଡ଼ ବିଜୟ ହାସଲ କରିଛି। ୧୫ ବର୍ଷର ପୁରୁଣା ଟିଏମସି ସରକାର ଏକ ବଡ଼ ପରାଜୟ ବରଣ କରିଛି। ଏହି ସମୟରେ ମମତା ବାନାର୍ଜୀ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି, ଯାହାକୁ ନେଇ ବ୍ୟାପକ ଆଲୋଚନା ହେଉଛି। ମମତା ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ରାଜ୍ୟରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ସମସ୍ତ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ସେସବୁର ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଦୁଷ୍ୟନ୍ତ ନାରିଆଲା ଏକ ଲିଖିତ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସମସ୍ତ ବିଭାଗୀୟ ସଚିବ ଏବଂ କାର୍ଯ୍ୟାଳୟ ମୁଖ୍ୟମାନଙ୍କୁ ଅନୁରୋଧ କରାଯାଉଛି ଯେ, କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଫାଇଲ୍ କାର୍ଯ୍ୟାଳୟରୁ ଯେପରି ନହଟିବ ଅବା ନଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦେବେ।

କୌଣସି ପ୍ରକାରର ଅନଧିକୃତ କପିକୁ ଅନୁମତି ଦିଆଯିବ ନାହିଁ

ସେ ଆହୁରି ଲେଖିଛନ୍ତି ଯେ କୌଣସି ପ୍ରକାରର ଅନଧିକୃତ କପି କିମ୍ବା ସ୍କାନିଂକୁ ଅନୁମତି ଦିଆଯିବ ନାହିଁ। ସେ ସମସ୍ତ ଫାଇଲ୍ / ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର / ପତ୍ରାଳାପର ସଠିକ୍ ହିସାବ ରଖିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ମୁଖ୍ୟ ଏବଂ ବିଭାଗୀୟ ସଚିବମାନେ ବ୍ୟକ୍ତିଗତ ଭାବରେ ନିଶ୍ଚିତ କରିବେ ଯେ, ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ବିଶ୍ୱସ୍ତତାର ସହିତ ପାଳନ କରାଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ କରାଯିବ।

 

 

 

ସୌଜନ୍ୟ ସମ୍ବାଦ