IPL 2026: ମୁମ୍ବାଇକୁ ୨୨୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଲକ୍ଷ୍ନୌ; ନିକୋଲାସଙ୍କ ବିସ୍ଫୋରକ ବ୍ୟାଟିଂ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୪୭ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ଖେଳାଯାଇଛି। ୱାଙ୍ଖେଡେ ଷ୍ଟାଡିୟମରେ ସୋମବାର ଦିନ ଏହି ମୁକାବିଲା ହୋଇଛି। ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୨୮ ରନ୍‌ କରିଛି। ଏହି ମ୍ୟାଚ୍‌ ଜିତିବା ପାଇଁ ମୁମ୍ବାଇକୁ ୨୨୯ ରନ୍‌ର ଲକ୍ଷ୍ୟ ମିଳିଛି।
ଲକ୍ଷ୍ନୌର ଇନିଂସରେ ନିକୋଲାସ ପୁରନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୬୩ ରନ୍‌ ସଂଗ୍ରହ କରିବାକୁ ୨୧ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ଗୋଟିଏ ଚୌକା ଏବଂ ୮ଟି ଛକା ମାରିଥିଲେ। ପ୍ରାରମ୍ଭିକ ବ୍ୟାଟର ମିଚେଲ ମାର୍ସ ୨୫ଟି ବଲ୍‌ ଖେଳି ୪୪ ରନ୍‌ ସଂଗ୍ରହ କରିଥିଲେ। ସେ ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ହିମ୍ମତ ସିଂହ ଅପରାଜିତ ୪୦ ରନ୍‌ କରିଥିଲେ। ସେ ୩୧ଟି ବଲ୍‌ ଖେଳି ୨ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଐଦେନ ମାର୍କରାମ ୨୫ଟି ବଲ୍‌ ଖେଳି ୩୧ ରନ୍‌ ସଂଗ୍ରହ କରିଥିଲେ। ସେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ସୌଜନ୍ୟ ସମ୍ବାଦ