Recovered From A Crocodile’s Stomach: ବନ୍ୟାରେ ନିଖୋଜ ହୋଇଯାଇଥିଲେ ହୋଟେଲ ମାଲିକ, କୁମ୍ଭୀର ପେଟରୁ ହେଲେ ଉଦ୍ଧାର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବନ୍ୟାରେ ନିଖୋଜ ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ବିଶାଳ କୁମ୍ଭୀର ପେଟରୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଗାବ୍ରିଏଲ ବାଟିଷ୍ଟା ଥିବା ଜଣାପଡ଼ିଛି।
ଅନୁମତି ପାଇବା ପରେ, ଅଧିକାରୀମାନେ ସନ୍ଦେହ ଦୂର କରିବା ପାଇଁ କୁମ୍ଭୀର ପେଟ ଚରିବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ପୁଲିସ ଅଧିକାରୀଙ୍କୁ ହେଲିକପ୍ଟରରୁ ସିଧାସଳଖ କୁମ୍ଭୀର ଉପରକୁ ଓହ୍ଲାଇ ଦିଆଯାଇଥିଲା। ସେ ଏକ ଦଉଡି ଏବଂ ହାର୍ନେସ୍ ସାହାଯ୍ୟରେ ପ୍ରାୟ ୧୫ ଫୁଟ ଲମ୍ବା ଏବଂ ପ୍ରାୟ ୧,୦୦୦ ପାଉଣ୍ଡ ଓଜନର କୁମ୍ଭୀରକୁ ବିମାନରେ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
ଏହି ଅପରେସନରେ ସାମିଲ ଥିବା କ୍ୟାପଟେନ୍ ଜୋହାନ୍ ପୋଟଗିଟର ଏହାକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ଅଧିକାରୀମାନେ କୁମ୍ଭୀରର ବ୍ୟବଚ୍ଛେଦ କରିଥିଲେ ପେଟ ଭିତରୁ ମଣିଷର ଦୁଇଟି କଟା ହାତ, ପଞ୍ଜରାର କିଛି ଅଂଶ ପାଇଥିଲେ। ଏସବୁ ଅଂଶକୁ ଫୋରେନ୍ସିକ୍ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି।
କୁମ୍ଭୀର ପେଟରେ ଛଅ ଯୋଡ଼ା ଜୋତା!
କେବଳ ଏତିକି ନୁହେଁ କୁମ୍ଭୀର ପେଟରୁ ଅତି କମରେ ଛଅ ଯୋଡ଼ା ଜୋତା ମଧ୍ୟ ମିଳିଛି। ଯାହା ଉକ୍ତ ଅଞ୍ଚଳରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମାମଲା ସହିତ ଯୋଡ଼ା ଯାଉଛି। ତଦନ୍ତକାରୀମାନେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରଥମେ ପାଣିରେବୁଡିବା ଦ୍ବାରା ହୋଇଛି ନା କୁମ୍ଭୀର ଆକ୍ରମଣରୁ ହୋଇଛି ସେ ଦିଗରେ ତଦନ୍ତ କରୁଛନ୍ତି।
ସୌଜନ୍ୟ ସମ୍ବାଦ




