ଦେଶ ବିଦେଶ

Rahul Gandhi: ଟିଏମସିର ପରାଜୟରେ ଖୁସି ହେଉଥିବା ଲୋକଙ୍କୁ ପରାମର୍ଶ ଦେଲେ ରାହୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘କଂଗ୍ରେସର କିଛି ସଦସ୍ୟ ଏବଂ ଅନ୍ୟ କିଛି ଦଳ ଟିଏମସିର ପରାଜୟରେ ଖୁସି ହେଉଛନ୍ତି। ସେମାନଙ୍କୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ ଯେ, ଆସାମ ଏବଂ ପଶ୍ଚିମବଙ୍ଗରେ ଜନାଦେଶ ଚୋରି କରି ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିବା ବିଜେପିର ଏକ ବଡ଼ ଷଡ଼ଯନ୍ତ୍ର। ଏଭଳି ଛୋଟ ରାଜନୀତିକୁ ଛାଡିବାକୁ ସେ କହିଛନ୍ତି।

ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିବା ବିଜେପିର ଏକ ବଡ଼ ଷଡ଼ଯନ୍ତ୍ର

ଏହା ଗୋଟିଏ ଦଳ କିମ୍ବା  ଅନ୍ୟ ଦଳ ବିଷୟରେ ନୁହେଁ। ଏହା ଭାରତ ବିଷୟରେ। ପରାଜୟକୁ ନେଇ ଖୁସି ହେଉଥିବା ଲୋକେ ସ୍ପଷ୍ଟ ଭାବରେ ଏହା ବୁଝିବା ଆବଶ୍ୟକ ବୋଲି ରାହୁଲ ମଙ୍ଗଳବାର ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ଏଭଳି ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିର ବିଜୟ ଉପରେ ମମତା ବାନାର୍ଜୀ ପ୍ରଶ୍ନ ଉଠାଇଛନ୍ତି। ବିଦାୟୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ବିଜେପି ପଶ୍ଚିମବଙ୍ଗରେ ୧୦୦ ଆସନ ଚୋରି କରିଛି। ରାହୁଲ ତାଙ୍କ ଦାବିକୁ ସମର୍ଥନ କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିସନଙ୍କ ସହାୟତାରେ ବିଜେପି ଆସାମ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ଚୋରି କରିଛି। ଆମେ ଏହି ରଣନୀତି ପୂର୍ବରୁ ଦେଖିଛୁ। ଏହା ସହ ସେ ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଏବଂ ୨୦୨୪ ଲୋକସଭା ନିର୍ବାଚନର ଉଲ୍ଲେଖ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button