ଦେଶ ବିଦେଶ

ISI honey trap: ଡେଟିଂ ଆପ୍ ମାଧ୍ୟମରେ ଟାର୍ଗେଟ କରୁଛନ୍ତି ପାକିସ୍ତାନୀ ଗୁଇନ୍ଦା, ପୂର୍ବତନ ର’ ଏଜେଣ୍ଟ ଦେଲେ ସୂଚନା

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ ଆତଙ୍କିତ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ ଭାରତକୁ କ୍ଷତି ପହଞ୍ଚାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଏକ ନୂତନ ପଦ୍ଧତି ଆପଣାଇଛି। ପୂର୍ବତନ ର’ ଏଜେଣ୍ଟ ଲକି ବିଷ୍ଟ ଆଇଏସ୍‌ଆଇର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ଏବଂ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଲକି ବିଷ୍ଟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଭାରତ ବିଷୟରେ ଗୁଇନ୍ଦା ସୂଚନା ବାହାର କରିବା ପାଇଁ ଡେଟିଂ ଆପ୍ ମାଧ୍ୟମରେ ଲୋକଙ୍କୁ ହନି ଟ୍ରାପ୍ କରୁଛି।

Show More
Back to top button