Gulf crisis: ଗଲ୍ଫରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ ନାବିକ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପୁରାତନ ସାମୁଦ୍ରିକ ସଂଘ ନ୍ୟାସନାଲ ୟୁନିଅନ ଅଫ୍ ସିଫେୟାର୍ସ ଅଫ୍ ଇଣ୍ଡିଆ (ଏନ୍‌ୟୁଏସ୍‌ଆଇ) କହିଛି ଯେ, ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଗଲ୍ଫ ଓ ହର୍ମୁଜ୍ ପ୍ରଣାଳୀରେ ୨୦,୦୦୦ରୁ ଅଧିକ ଭାରତୀୟ ନାବିକ ଫସି ରହିଛନ୍ତି। ସଂଘର୍ଷ ଦୀର୍ଘ ହେବା ହେବା ଆଶଙ୍କା ଭିତରେ ଜାହାଜଗୁଡ଼ିକର କର୍ମଚାରୀମାନେ ଖାଦ୍ୟ, ଔଷଧ କିମ୍ବା ପଳାୟନ ରାସ୍ତା ବିନା ଫସି ରହିଛନ୍ତି ବୋଲି ଏନ୍‌ୟୁଏସ୍‌ଆଇ କହିଛି। ଏହି ସଙ୍କଟକୁ ଏକ ଜାତୀୟ ପ୍ରାଥମିକତା ଭାବରେ ଗ୍ରହଣ କରିବାକୁ ଏବଂ ଜରୁରୀ ସ୍ଥାନାନ୍ତର ପ୍ରୋଟୋକଲକୁ ସକ୍ରିୟ କରିବାକୁ ସଂସ୍ଥା ସରକାରଙ୍କୁ ଅନୁରୋଧ କରିଛି।

ଗଲ୍ଫ ଓ ଏହାର ଆଖପାଖରେ କାର୍ଯ୍ୟ କରୁଥିବା ନାବିକମାନେ ବର୍ତ୍ତମାନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଧମକ, ପ୍ରତିବନ୍ଧକ ଓ ସୁରକ୍ଷା ପରାମର୍ଶର ସମ୍ମୁଖୀନ ହେଉଛନ୍ତି। ନାବିକ ଓ ସେମାନଙ୍କ ପରିବାର ମଧ୍ୟରେ ଆତଙ୍କ ବଢୁଛି। ସେମାନଙ୍କ ପରିବାର ସଦସ୍ୟ ନିରାପଦରେ ଘରକୁ ଫେରିବେ କି ନାହିଁ ବୋଲି ଚିନ୍ତିତ ସମ୍ପର୍କୀୟମାନଙ୍କଠାରୁ ଆମକୁ କ୍ରମାଗତ ଭାବରେ କଲ୍ ଆସୁଛି ବୋଲି ଏନ୍‌ୟୁଏସ୍ଆଇର ସାଧାରଣ ସମ୍ପାଦକ ତଥା କୋଷାଧ୍ୟକ୍ଷ ମିଲିନ୍ଦ କାଣ୍ଡାଲଗାଓଁକର କହିଛନ୍ତି। କାଣ୍ଡାଲଗାଓଁକରଙ୍କ କହିବା ଅନୁଯାୟୀ, ଅନେକ ଭାରତୀୟ ନାବିକ ବିଦେଶୀ ପତାକାବାହୀ ଜାହାଜରେ କାମ କରନ୍ତି ଯେଉଁଠାରେ ଜାହାଜ ମାଲିକ, ବୀମାକାରୀ, ସମ୍ପୃକ୍ତ ଦେଶ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦାୟିତ୍ୱ ବିଭାଜିତ ହୋଇଥାଏ।

 

 

ସୌଜନ୍ୟ ସମ୍ବାଦ