Majority Proven: ବିଧାନସଭାରେ ବହୁମତ ପ୍ରମାଣ: ଟିଭିକେକୁ କଂଗ୍ରେସ, ବାମ ଦଳ ଓ ଭିସିକେର ସମର୍ଥନ

ଚେନ୍ନାଇ: ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ସରକାର ବୁଧବାର ବିଧାନସଭାରେ ବହୁମତ ପ୍ରମାଣିତ କରିବାର ଅଛି। କଂଗ୍ରେସ, ବାମ ଦଳ, ଭିସିକେ, ଆଇୟୁଏମ୍‌ଏଲ୍‌, ଏଏମ୍‌ଏମ୍‌‌କେ ବିଜୟଙ୍କୁ ସମର୍ଥନ କରିଛନ୍ତି। ଇଣ୍ଡିଆନ୍‌ ୟୁନିଅନ୍‌ ମୁସଲିମ୍‌ ଲିଗ୍‌ ଓ ସିପିଆଇ ଉଭୟଙ୍କର ଦୁଇଜଣ ଲେଖାଏଁ ବିଧାୟକ ଅଛନ୍ତି। ଅମ୍ମା ମକ୍କାଲ ମୁନେତ୍ରା କାଝାଗମ୍‌ (ଏଏମ୍‌ଏମ୍‌କେ) ର ଜଣେ ମାତ୍ର ବିଧାୟକ ବିଜୟଙ୍କୁ ସମର୍ଥନ କରିଥିବାରୁ ଦଳରୁ ବହିଷ୍କାର ହୋଇଛନ୍ତି। ଆସ୍ଥା ଭୋଟରେ ସେ ଟିଭିକେକୁ ସମର୍ଥନ କରିବେ।

ଭିସିକେ ଓ ସିପିଆଇଏମ୍‌

ଭିସିକେ ଓ ସିପିଆଇଏମ୍‌ ଉଭୟଙ୍କର ଦୁଣେ ଲେଖାଏଁ ବିଧାୟକ ଅଛନ୍ତି ଓ ଉଭୟ ଟିଭିକେକୁ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ଟିଭିକେ ପାଇଁ ରହିଥିବାରୁ ବିଜୟଙ୍କ ଦଳକୁ ଆସ୍ଥା ଭୋଟରେ ଜିତିବାରେ କୌଣସି ଅସୁବିଧା ହେବନାହିଁ। ଏହି ସବୁ ଦଳର ସମର୍ଥନ ସହିତ ଟିଭିକେକୁ ୧୨୧ ବିଧାୟକଙ୍କ ସମର୍ଥନ ରହିଛି, ଯାହାକି ବହୁମତଠାରୁ ୪ଟି ଅଧିକ ଆସନ। ତାମିଲନାଡ଼ୁ ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୩୪ ହୋଇଥିବାବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

 

 

 

 

ସୌଜନ୍ୟ ସମ୍ବାଦ