Farmers Issue: ସରକାରୀ ବିହନକୁ ମୁହଁ ମୋଡୁଛନ୍ତି ଚାଷୀ, ବୋହି ନେଉଛନ୍ତି ସାର

ନବରଙ୍ଗପୁର (ନବରଂଗପୁର): ପ୍ରମାଣୀକୃତ ଧାନ ବିହନରେ ଚାଷ କରିବା ବଦଳରେ ହାଇବ୍ରିଡ୍ ବିହନ ଧାନ ଉପରେ ବେଶି ଭରସା କରୁଛନ୍ତି ଚାଷୀ। ତେବେ ସାର ବୋହି ନେଇଥିବା ସୂଚନା ମିଳିଛି। ନବରଂଗପୁର ଜିଲ୍ଲାରେ ରବିରେ ଧାନ, ମକା ସହ ଅନ୍ୟାନ୍ୟ ୭୩ହଜାର ହେକ୍ଟର ଚାଷ ହୋଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧିରଂଜନ ବେହେରା। ଏଥିରୁ କୃଷି କର୍ମଚାରୀ ମାନେ ୧୨ଶହ ହେକ୍ଟର ଓ ସାଟେଲାଇଟ୍ ଡିଜିଟାଲସର୍ଭେରେ ୩ହଜାର ହେକ୍ଟର ବୋଲି  ରିପୋର୍ଟ ଦେଇଛନ୍ତି। ୨୨୨୧ଜଣ ଚାଷୀ  ରବି ମଣ୍ଡିରେ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି। ଚାଷୀମାନେ ହାଇବ୍ରିଡ୍ ବିହନ ନେଇ ସାର ୧୦ଟି ବ୍ଲକରେ ୨୨ହଜାର ୭୭୮.୩୨କ୍ବିଣ୍ଟାଲ କିଣି ନେଇଛନ୍ତି।

ନବରଂଗପୁର ଲ୍ୟାମ୍ପସରେ ନନ୍ଦାହାଣ୍ଡି ୨୮୯୭, ତେନ୍ତୁଳିଖୁଣ୍ଟି ୪୫୦, ଅଂଚଳଗୁମ୍ମା ୧୦୦୫, ପାପାଡାହାଣ୍ଡି ୧୨୦୧, ମଇଦଲପୁର ୨୨୫୦, କୋଡିଙ୍ଗା୯୧୬, କୋଷାଗୁମୁଡା ୩୦୩୧, ଡାବୁଗାଁ ୫୪୦, ଉରମକୋଟ ୪୪୦୫, ଝରିଗାଁ ୧୮୯୨, ଚନ୍ଦାହାଣ୍ଡି ୧୧୮୦ଓ ରାଇଘର ୧୭୧୩କ୍ବିଣ୍ଟାଲ କିଣି ନେଇଛନ୍ତି। ତେବେ ଗତ ମାର୍ଚ୍ଚ ମାସରୁ ସାର ବିକ୍ରୀ ବନ୍ଦ ରହିଛି ବୋଲି କହିଛନ୍ତି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ।

 

ଶହେ ୨୦ରୁ ଦେଢ଼ ଶହ ଦିନରେ ଏକର ପିଛା ୨୦ କୁଇଣ୍ଟାଲ ଧାନ ସରକାରୀ ବିହନରେ ଉତ୍ପାଦିତ ହେଉଛି। ଅପରପକ୍ଷରେ ହାଇବ୍ରୀଡ ଧାନ ବିହନରେ ୯୦ରୁ ୧୨୦ ଦିନ ମଧ୍ୟରେ ଏକର ପିଛା ୩୫କୁଇଣ୍ଟାଲ ଉତ୍ପାଦିତ ହେଉଛି। ହାଇବ୍ରୀଡ୍ ବିହନ ନେଲେ ଡିଲର ବି ସହଯୋଗ କରିବା ସହ ବିହନ, ସାର,କୀଟନାଶକ ଔଷଧ ଆଦି ଧାରରେ ଦେଉଛନ୍ତି। ଚାଷୀ ଧାନ ବିହନ କିଣିବା ପରେ ସଂପୁର୍ଣ୍ଣ ଟଙ୍କା ଦେଇ ନେବାକୁ କହୁଛନ୍ତି ଡିଲର ।  ସବସିଡି ପାଇବା ପାଇଁ ହେଲେ ପୂର୍ବରୁ  ସ୍ମାର୍ଟ ଫୋନ ନେଇ ଚାଷୀଙ୍କୁ ଡିଲର/ପ୍ୟାକ୍ସ/ ଏସଏଚ ଜି ଗୃପ ନିକଟରେ ପଂଜୀକରଣ କରିବାକୁ ପଡ଼ିବ। ଏଥି ପାଇଁ ରହିଥିବା ଓଟିପି ଓ ଅନଲାଇନ୍ ପ୍ରକ୍ରିୟା ସଠିକ ଭାବେ ହେଲେ ଯାଇ ଏହି ସବସିଡି ମିଳିବ। ସରକାରୀ୍ ବିହନ ଓ ସାର ପାଇଁ ଲମ୍ବା ଲାଇନ୍ ଏବଂ ବହୁ ସମୟରେ ମିଳୁ ନଥିବାରୁ ଏହାକୁ ଅପେକ୍ଷା ନ କରି ଚାଷୀ ମାନେ ହାଇବ୍ରୀଡ଼ ଧାନ ବିହନ ମୁହାଁ‌ ହୋଇଛନ୍ତି। ପ୍ରଚଳିତ ଓଟିପି, ଏବଂ ପଂଜୀକରଣ ବ୍ୟବସ୍ଥାର ଗୋଲକଧନ୍ଦାରେ ପଡ଼ିବାକୁ ଚାହୁଁ ନାହାନ୍ତି ଚାଷୀ। ଏହି କ୍ରମରେ ରବି ଋତୁରେ ଜଣେ ବି ଚାଷୀ ସରକାରୀ ବିହନ କିଣି ନାହାନ୍ତି। ଏହା  ବଦଳରେ ହାଇବ୍ରୀଡ ଧାନ କିଣିଛନ୍ତି। କିନ୍ତୁ ସାର ବୋହି ନେଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ