ଲକ୍ଷ୍ନୌ: ଶୁକ୍ରବାରର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୭ ଓ୍ବିକେଟ୍ରେ ବିଜୟ ହାସଲ କରିଥିଲେ ବି ଏହାର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଜୋରିମାନା ଲଗାଯାଇଛି। ତାଙ୍କ ମ୍ୟାଚ୍ ପାଉଣାରୁ ୧୨ ଲକ୍ଷ ଟଙ୍କା କଟାଯିବ। ଧିମା ଓଭରହାର ପାଇଁ ତାଙ୍କ ଉପରେଏହି ଦଣ୍ଡବିଧାନ କରାଯାଇଛି।
ଦଣ୍ଡବିଧାନକୁ ଗ୍ରହଣ କରିଛନ୍ତି ଅଧିନାୟକ ପନ୍ତ
ଆଇପିଏଲ୍ ଆଚରଣବିଧି ଧାରା ୨.୨୨ ଅନୁସାରେ ଧିମ ଓଭର ହାର ଲାଗି ଦଣ୍ଡିତ କରାଯାଇଥାଏ। ବାରମ୍ବାର ଏପରି ତ୍ରୁଟି କଲେ ଅଧିକ ଗୁରୁତର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ତେବେ ଚଳିତ ଋତୁରେ ଏହା ଏଲ୍ଏସ୍ଜିର ପ୍ରଥମ ଦୋଷ ହୋଇଥିବାରୁ ଜୋରିମାନାକୁ କେବଳ ଅଧିନାୟକଙ୍କ ଉପରେ ସୀମିତ ରଖାଯାଇଛି। ଏହି ଦୋଷକୁ ସ୍ବୀକାର କରିବା ସହ ଦଣ୍ଡବିଧାନକୁ ଗ୍ରହଣ କରିଛନ୍ତି ଅଧିନାୟକ ପନ୍ତ।
ସୌଜନ୍ୟ ସମ୍ବାଦ

